ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ

ଭୁବନେଶ୍ୱର,୩୦ା୧୧: ଭିଜିଲାନ୍ସ ଜାଲରେ ଫସିଲେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍‌ କରିଛନ୍ତି। ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ରେଡ୍‌ ପାଇଁ ଭିଜିଲାନ୍ସ ଟିମ୍ ପହଞ୍ଚିଲା ପରେ ଘର ଛାତ ଡେଇଁ ଚମ୍ପଟ୍‌ ମାରିଛନ୍ତି ସୁନୀଲ।

ଭୁବନେଶ୍ୱର ଏବଂ ଗଞ୍ଜାମର ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଏହି ରେଡରେ ୬ ଡିଏସପି, ୩ ଇନ୍ସପେକ୍ଟର, ୭ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ସାମିଲ ଅଛନ୍ତି। ସୁନୀଲ ପାଢ଼ୀଙ୍କର ଭୁବନେଶ୍ୱରରେ ତିନିମହାଲ ଘର, ଗଞ୍ଜାମ ଆସ୍କାରେ ମାର୍କେଟ କଂପ୍ଲେକ୍ସ, ଆସ୍କାରେ ପୈତୃକ ଘର ଏବଂ ଭଞ୍ଜନଗରରେ ସମ୍ପର୍କୀୟଙ୍କ ଘର ରହିଛି।

Share