Posted inଅପରାଧ

CHSE ରେକର୍ଡ ସପ୍ଲାୟରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର୨୯ା୮: ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍‌ ପୁରେନ୍ଦ୍ର ସେଠୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟ୍‌ର ପଟ୍ଟା ମିଳିଥିବା ବେଳେ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି। ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା ମିଳିଛି। ୧୬ ଲକ୍ଷ ଜମା, ୧.୭ ଲକ୍ଷ କ୍ୟାଶ୍‌, ୨ଟି କାର୍‌ ଓ ୫ଟି ବାଇକ୍‌ ମିଳିଛି।
ସୂଚନାଯୋଗ୍ୟ, ସିଏଚ୍‌ଏସ୍‌ଇ ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍‌ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଥିଲା। ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ୍‌ କରାଯାଇଥିଲା। ଭୁବନେଶ୍ୱରର କାନନ ବିହାରସ୍ଥିତ ୪ ମହଲା ଘର ସହ ସାମନ୍ତରାପୁର ଅଫିସ୍‌ରେ ମଧ୍ୟ ରେଡ୍‌ ଚାଲିଥିଲା। ସେହିପରି ଜଗତସିଂହପୁରରେ କେଉପଡା ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଥିଲା।  ଏହି ରେଡ୍‌ରେ ୩ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଏଏସ୍‌ଆଇ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଧକ୍କା ମାରି ଥାନାରୁ ଫେରାର ମାରିଥିଲେ ଗଞ୍ଜେଇ ବେପାରୀ, ଆଉ ଏବେ…

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନାରୁ ପୋଲିସକୁ ଧକ୍କା ମାରି ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୬ଟାରେ ଫେରାର ମାରିଥିବା ଗଞ୍ଜେଇ...

ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି

ବଲାଙ୍ଗୀର, ୨୪।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ, କେରଳରୁ ଗିରଫ ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୩ା୧୦(କାଳୀଚରଣ ଦାଶ): ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୁଦୂର କେରଳରୁ ଗିରଫ...

ଘରେ ପଶି ସୁନାଗହଣା ଲୁଟି ନେଇଥିଲେ ୩ ନାବାଳକ, ଚୋରିର ଏମିତି ପର୍ଦ୍ଦାଫାଶ କଲା ପୋଲିସ

ଦିଗପହଣ୍ଡି/ପାଟପୁର,୨୩ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ନୂଆଗଡ଼ ଗ୍ରାମରେ ଗତ ୯ ତାରିଖ ସାରେ ଘରେ ପଶି ସୁନାଗହଣା ଲୁଟ୍‌ ଘଟଣାର...

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା...

ଜେଲରେ ଏ କ’ଣ ଚାଲିଛି ! ହାତରେ ଛୁରୀ ଧରି କଏଦୀ କଲେ ଭିଡିଓ ଶୁଟ୍‌, ଭାଇରାଲ ପରେ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଚାଲୁଛି ଅପରାଧୀଙ୍କ ରାଜୁତି। ଜେଲ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। ଏପରିକି...

ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା...

ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍‌ ପକାଇ ମାରି ଦେବାକୁ ଉଦ୍ୟମ କଲେ ଝିଅ

ତୁମୁଡିବନ୍ଧ,୨୧ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜଙ୍କୁ ଏସିଡ୍‌ ମାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri