ଖଲ୍ଲିକୋଟ,୧୮ା୯(ଡି.ଏନ.ଏ.):ଭିଜିଲାନ୍ସ ଗାଡ଼ିକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ବସ୍। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଭିଜିଲାନ୍ସ ଗାଡ଼ି ଚଳାଉଥିବା ହାବିଲଦାର ସୁଶୀଲ କୁମାର ଖଟୁଆ ଓ ଗାଡ଼ିରେ ବସିଥିବା ଭିଜିଲାନ୍ସ କଟକ ଅତିରିକ୍ତ ଏସ୍ପି ବେଣୁଧର ନାୟକ।
କଟକ ଭିଜିଲାନ୍ସ ଅତିରିକ୍ତ ଏସ୍ପି ବିଭାଗୀୟ ଗାଡ଼ି (ନଂ ଓଡ଼ି ୦୫ ଟି ୨୩୮୭) ଯୋଗେ ଅଫିସ କାର୍ଯ୍ୟ ସମ୍ପାଦନ କରି ବ୍ରହ୍ମପୁରରୁ କଟକ ଫେରୁଥିଲା। ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଡିମିରିଆ ନିକଟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ (ନଂ ଓଡ଼ି ୦୨ ବିଜେ ୭୮୫୭) ଧକ୍କା ଦେଇଥିଲା। ଭିଜିଲାନ୍ସ ଗାଡ଼ିଟି ତିନି ଥର ପଲଟି ମାରି ରାସ୍ତା କଡ଼ରେ ଥିବା ଏକ ଲଟା ବୁଦା ଭିତରେ ପଡିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହୀ ବସ୍ ଓ ଡ୍ରାଇଭର ଆଶୁତୋଷ ବିନ୍ଧାଣିଙ୍କୁ ଭେଜିପୁଟ ଫାଣ୍ଡିରେ ଅଟକ ରଖାଯାଇଛି।