‘ଆମେ ନେବୁନି କି କାହାକୁ ନେବାକୁ ଦେବୁନି’

ଛତ୍ରପୁର,୫।୫(ଡି.ଏନ୍‌.ଏ. )- ଗଞ୍ଜାମ ଜ଼ିଲା ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ କାଉନସିଲରମାନଙ୍କୁ ଗୁରୁବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିକାଶର ମନ୍ତ୍ର ଦେଇଛନ୍ତି। ‘ଆମେ ନେବୁନି କାହାକୁ ନେବାକୁ ଦେବୁନି’ ଏହି ନୀତିରେ ଚାଲିବାକୁ ଜ଼ିଲାପାଳ ଉପସ୍ଥିତ କାଉନସିଲରମାନଙ୍କୁ ପରାମର୍ଶ ଦେଇଛନ୍ତି। ବିକାଶ କାମରେ କେହି ନିଜର ସ୍ବାର୍ଥ ସାଧନ କରିପାରିବେନି। ଯିଏ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଛନ୍ତି।