ପ୍ରେମରେ ପାଗଳ ବିଜୟ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବିଜୟ ବର୍ମା ଓ ତମନ୍ନା ଭାଟ୍ଟିଆଙ୍କୁ ନେଇ ଜୋର ଚର୍ଚ୍ଚା। ତମନ୍ନାଙ୍କ ପ୍ରେମରେ ବିଜୟ ପାଗଳ ପାଲଟିଥିବା ଆମେରିକୀୟ ଜିକ୍ୟୁ ମାଗାଜିନ୍‌କୁ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଅନେକ କ୍ୱାଲିଟି ସମୟ ଏକାଠି କାଟି ସାରିବା ପରେ ଏବେ ବିଜୟ ଜାଣିପାରିଛନ୍ତି ଯେ ସେ ତମନ୍ନାଙ୍କୁ ଡେଟ୍‌ କରୁଛନ୍ତି। ସବୁବେଳେ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ବିଜୟ କିନ୍ତୁ ଅସଲ ଜୀବନରେ ଦିନକୁ ଦିନ ରୋମାଣ୍ଟିକ୍‌ ହେବାରେ ଲାଗିଛନ୍ତି। ତମନ୍ନାଙ୍କ ସହ ଖୁସିରେ ଥିବାବେଳେ ଏବେ ସେ ତାଙ୍କ ପ୍ରେମରେ ପାଗଳ ବୋଲି ଇଣ୍ଟରଭ୍ୟୁରେ କହିଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଖୋଲାଖୋଲି ଭାବେ କହି ନଥିବାବେଳେ କିନ୍ତୁ କୌଣସି ସାକ୍ଷାତ୍‌କାରରେ ପରସ୍ପରକୁ ପ୍ରଶଂସା କରିବାକୁ ଭୁଲୁ ନାହାନ୍ତି। ତମନ୍ନା ପ୍ରଥମେ ବିଜୟଙ୍କୁ ଡେଟ୍‌ କରିବା କଥା ମିଡିଆ ସାମ୍ନାରେ ସ୍ବୀକାର କରିଥିଲେ। ଓଟିଟି ‘ଲଷ୍ଟ ଷ୍ଟୋରି-୨’ ରେ ସେମାନେ ପରସ୍ପରର ନିକଟତର ହୋଇଥିବା କୁହାଯାଉଛି। ସେହିପରି ଦୀର୍ଘ ଦିନଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ତମନ୍ନା ସ୍କ୍ରିନ୍‌ରେ କିସିଂ ସିନ୍‌ କରିବାକୁ ମନା କରୁଥିବାବେଳେ ବିଜୟଙ୍କ ସହ ସେ କିସିଂ ସିନ୍‌ କରିଛନ୍ତି। ଆଗାମୀ ଦିନରେ ବିଜୟ‘ଡିଭୋଶେନ୍‌ ଅଫ୍‌ ସସ୍ପେକ୍ଟ ଏକ୍ସ’ରେ ନଜରକୁ ଆସିବେ। ସେହିପରି ଆଗକୁ ତମନ୍ନାଙ୍କ ଫିଲ୍ମ, ଭୋଲା ଶଙ୍କର, ଜେଲର ମୁକ୍ତିଲାଭ ଅପେକ୍ଷାରେ ରହିଛି।

Share