କିମିଆ କରୁଛି ‘ଲାଇଗର’ର ଝଲକ୍‌; ଆପଣ ବି ଦେଖନ୍ତୁ…

ବମ୍ବେ: ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ପ୍ରଶଂସକ ଭେଟି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେଭେରାକୋଣ୍ଡାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଇଗର’ର ଝଲକକୁ ରିଲିଜ କରାଯାଇଛି। ନିର୍ମାତାମାନେ ଦର୍ଶକଙ୍କ ଉତ୍କଣ୍ଠା ସହ ନୂତନ ବର୍ଷର ସମୟକୁ ଦୃଷ୍ଟିରେ ରଖି ଏହାକୁ ରିଲିଜ କରାଯାଇଛି।

‘ଲାଇଗର’ର କାହାଣୀ ଜଣେ କିକ୍‌ ବକ୍ସରଙ୍କର। ସେ ମୁମ୍ବାଇରେ ନିଜର ଚା’ ଦୋକାନ ଚଳାନ୍ତି। ପରେ ନିଜର ପ୍ରଚେଷ୍ଟା ବଳରେ ସେ ଅନ୍ତର୍ଜାତୀୟସ୍ତରରେ ଦେଶ ପକ୍ଷରୁ ଖେଳିବାର ସୁଯୋଗ ପାଉଛନ୍ତି। ଏଭଳିସ୍ଥିତିରେ ତାଙ୍କର ଯାତ୍ରା ଫିଲ୍ମରେ ଦେଖିବାକୁ ମିଳିବ।

‘ପ୍ୟାନ୍‌ ଇଣ୍ଡିଆ’ ପକ୍ଷରୁ ନିର୍ମାଣ ହୋଇଛି ‘ଲାଇଗର’। ଫିଲ୍ମଟିକୁ ଏକାଧିକ ଭାଷାରେ ରିଲିଜ କରାଯିବ। ଚଳଚ୍ଚିତ୍ରରେ ବିଜୟଙ୍କ ବ୍ୟତିତ ପୂର୍ବ ବକ୍ସର ମାଇକ ଟାଇସନ, ଅନନ୍ୟା ପାଣ୍ଡେ, ରୋନିତ ରାୟ, ରାମ୍ୟା କୃଷ୍ଣନ ପ୍ରମୁଖ ଭୂମିକାରେ ଅଛନ୍ତି। ଟାଇସନ ଫିଲ୍ମ ଜରିଆରେ ଭାରତୀୟ ଫିଲ୍ମଜଗତରେ ନିଜର ଡେବ୍ୟୁ କରୁଛନ୍ତି। ସେହିଭଳି ଅନନ୍ୟା ଏଥିଯୋଗେ ଦକ୍ଷିଣ ଭାରତୀୟ ଫିଲ୍ମରେ ନିଜର ଡେବ୍ୟୁ କରୁଛନ୍ତି। ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ଅଗଷ୍ଟ ୨୫ରେ ସିନେମାହଲ୍‌ରେ ରିଲିଜ ହେବ।

Share