୧୦୦ ପରିବାରକୁ ୧ କୋଟି ଟଙ୍କା ଦାନ କରିବେ ବିଜୟ ଦେବରକୋଣ୍ଡା, ଫ୍ଲଫ ଫିଲ୍ମର ନିର୍ମାତା କଲେ ଏମିତି ଦାବି

ଚେନ୍ନାଇ: ବିଜୟ ଦେବରକୋଣ୍ଡା ଏବଂ ସାମନ୍ତ ରୁଥ ପ୍ରଭୁଙ୍କ ଫିଲ୍ମ ‘କୁଶି’ ଚଳିତ ମାସ ଆରମ୍ଭରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା। ତେଲୁଗୁ ଭାଷାରେ ନିର୍ମିତ ଏହି ମୁଭି କେବଳ ବକ୍ସ ଅଫିସରେ ସଫଳତା ପାଇନାହିଁ ବରଂ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମଧ୍ୟ ପାଇଛି।
ତାଙ୍କ ଫିଲ୍ମ ‘କୁଶି’କୁ ଦର୍ଶକଙ୍କ ଭଲପାଇବା ମିଳିବା ପରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏକ ଇଭେଣ୍ଟରେ ଘୋଷଣା କରିଛନ୍ତି ଯେ ସେ ୧୦୦ ପରିବାର ମଧ୍ୟରେ ୧ କୋଟି ଟଙ୍କା ବଣ୍ଟନ କରିବେ।
କିନ୍ତୁ ସେପଟେ ତିନି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ତାଙ୍କ ମୁଭି ‘ଓ୍ବାର୍ଲଡ ଫେମଶ ଲଭର’ର ନିର୍ମାତା ତଥା ବିତରକ ସୋସିଆଲ ମିଡିଆରେ ବିଜୟଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ଏବଂ ତାଙ୍କଠାରୁ କିଛି ଦାବି ମଧ୍ୟ କରିଛନ୍ତି।
‘ଓ୍ବାର୍ଲଡ ଫେମଶ ଲଭର’ର ବିତରକ ଅଭିଷେକ ନାମ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ଅଭିଷେକ ପିକ୍ଚରରୁ ବିଜୟ ଦେବରକୋଣ୍ଡାଙ୍କ ୧କୋଟି ଟଙ୍କା ବଣ୍ଟନ ନିଷ୍ପତ୍ତି ଉପରେ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି,
ଆମେ ଆପଣଙ୍କୁ କହି ରଖୁଛୁ ଯେ ଯେତେବେଳେ ବିଜୟ ଦେବରକୋଣ୍ଡାଙ୍କ ମୁଭି ଲାଇଗର୍‌ ରିଲିଜ ହୋଇଥିଲା, ସେତେବେଳେ ‘ଓ୍ବାର୍ଲଡ ଫେମଶ ଲଭର’ର ବିତରକ ଅଭିଷେକ ନାମ ବିଜୟ ଦେବରକୋଣ୍ଡାଙ୍କୁ ଅଣ-ବ୍ୟବସାୟିକ ବୋଲି ଅଭିହିତ କରିଥିଲେ। ଅଭିଷେକ ନାମ କହିଛନ୍ତି ଯେ ‘ଓ୍ବାର୍ଲଡ ଫେମଶ ଲଭର’ରେ ସେ ୮ କୋଟି ଟଙ୍କା କ୍ଷତି କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସହ ଏକ ଫିଲ୍ମ କରିବା ପାଇଁ ସେ ବିଜୟ ଦେବରକୋଣ୍ଡାଙ୍କ ଲୋକଙ୍କ ନିକଟକୁ ଯାଇଥିଲେ, ଯେଉଁଥିପାଇଁ ସେ ଅଭିନେତାଙ୍କୁ ଯେ କୌଣସି ଶୁଳ୍କ ଦେବାକୁ ପ୍ରସ୍ତୁତ ଥିଲେ, ଯାହାଫଳରେ ସେ ନିଜର କ୍ଷତି ପୂରଣ କରିପାରିବେ। କିନ୍ତୁ ସେ କହିଛନ୍ତି ଯେ ସେ କେବଳ ହିନ୍ଦୀ ନିର୍ମାତାମାନଙ୍କ ପାଇଁ କାମ କରନ୍ତି ଏବଂ ତେଲୁଗୁ ନିର୍ମାତାମାନଙ୍କ ପାଇଁ ନୁହେଁ।
ପ୍ରାୟ ସେହି ସମୟରେ ଯେତେବେଳେ ଲାଇଗର ମୁକ୍ତିଲାଭ କରାଯାଇଥିଲା । ଅଭିଷେକ ନାମ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଓ୍ବାର୍ଲଡ ଫେମଶ ଲଭର’ର ଆନ୍ଧ୍ର ଅଧିକାର କିଣିଥିଲେ। କିନ୍ତୁ ୨୦୨୦ରେ ଆସିଥିବା ଏହି ମୁଭିଟି ଏକ ଫ୍ଲପ ଥିଲା, ଯେଉଁଥିପାଇଁ ବିତରକ କୋଟି କୋଟି ଟଙ୍କା ହରାଇଥିଲେ।

Share