ପ୍ରାଇଭେଟ୍‌ ଜେଟ୍‌ରୁ ଭବ୍ୟ ବଙ୍ଗଳା: ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ…

ବମ୍ବେ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଆଜିର ସମୟର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ୨୦୧୭ରେ ‘ଅର୍ଜୁନ ରେଡ୍ଡି’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ସେ। ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ରାତାରାତି ସେ ଷ୍ଟାର ପାଲଟିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଉଛନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ଚମତ୍କାର ଅଭିନୟକୁ ନେଇ ତାଙ୍କର ମହିଳା ପ୍ରଶଂସକ ଅଧିକ।

ଆଜିର ସମୟରେ ବିଜୟ ଫିଲ୍ମ ପିଛା ୧୦ରୁ ୧୧ କୋଟି ଟଙ୍କା ଚାର୍ଜ କରନ୍ତି। ଏହାଛଡ଼ା ବିଜ୍ଞାପନରୁ ମଧ୍ୟ ତାଙ୍କ ରୋଜଗାର ହୋଇଥାଏ। ମୋଟ ସମ୍ପତ୍ତି ଦେଖିଲେ ସେ ୩୦ କୋଟି ସମ୍ପତ୍ତିର ମାଲିକ। ତା’ ଛଡ଼ା ଦାମୀ ଗାଡ଼ି, ଭବ୍ୟ ବଙ୍ଗଳା ଏବଂ ପ୍ରାଇଭେଟ୍‌ ଜେଟ୍‌ ମଧ୍ୟ ତାଙ୍କର ରହିଛି। ମହେଶ ବାବୁ, ନାଗାର୍ଜୁନ, ଚିରଞ୍ଜିବୀ, ଅଲ୍ଲୁ ଅର୍ଜୁନ ତାଙ୍କ ପଡ଼ୋଶୀ।

ବିଜୟ ନିଜ ପରିବାର ସହ ହାଇଦ୍ରାବାଦର ଜୁବଲି ହିଲ୍ସରେ ରୁହନ୍ତି। ଉକ୍ତ ବଙ୍ଗଳାର ମୂଲ୍ୟ ୧୫ କୋଟି ଟଙ୍କା। ସେହିଭଳି ଫର୍ଡ, ଭୋଲ୍‌ଭୋ, ରେଞ୍ଜ ରୋଭର ଭଳି ଦାମୀ ଗାଡ଼ି ତାଙ୍କ ଗ୍ୟାରେଜ୍‌ରେ ରହିଛି। ଅଭିନେତାଙ୍କ ପାଖରେ ଥିବା ପ୍ରାଇଭେଟ୍‌ ଜେଟ୍‌ରେ ସେ ପରିବାର ସହ ବୁଲୁଥିବା ନଜର ଆସିଥାଏ।

Share