ନିଜ ଫିଲ୍ମ ଦେଖିବାକୁ ବୁର୍ଖା ପିନ୍ଧି ଯାଇଥିଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ର ରିଲିଜକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଦେଶର ଭିନ୍ନ ଭିନ୍ନ ସହରରେ ସେ ଫିଲ୍ମର ଖୁବ୍ ପ୍ରମୋଶନ ବି କରୁଛନ୍ତି । ନିକଟରେ ବିଜୟ ଦେଇଥିବା ଏକ ସାକ୍ଷାତ୍‌କାରରେ ଚମକାଇବା ଭଳି ଓ କିଛି ମଜାଦାର କଥା କହିଛନ୍ତି ।
‘ଲାଇଗର’ ପୂର୍ବରୁ ବିଜୟଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳି ନ ଥିଲା । ‘ଲାଇଗର’ ତାଙ୍କର ପ୍ରଥମ ଆକ୍ସନ ମୁଭି । ଏଥିରେ ସେ ବକ୍ସର ଭୂମିକାରେ ନଜର ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ବିଜୟ କହିଛନ୍ତି ତାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ହିୟର କମରେଡ’ର ଏକ ଶୋ’ଦେଖିବାକୁ ଥିଏଟକୁ ସେ ବୁର୍ଖା ପିନ୍ଧି ଯାଇଥିଲେ । ସେ ସମୟରେ ଦେବରକୋଣ୍ଡା ନଜର କରିଥିଲେ ଯେ ତାଙ୍କର ଯୁକ୍ତିତର୍କ ଥିବା ସିନକୁ ଦର୍ଶକେ କେମିତି ରିଆକ୍ଟ କରୁଛନ୍ତି । ଲୋକେ ଏଥିରେ ଖୁବ୍ ଚିୟର କରୁଥିବା ବେଳେ ଆକ୍ସନ ସିନକୁ କିନ୍ତୁ ଦର୍ଶକେ ଅପେକ୍ଷା ରଖୁଥିଲେ । ଏହାପରେ ମୁଁ ଆକ୍ସନ ସିନ କରିବା କଥା ଚିନ୍ତା କରିଥିଲି ବୋଲଇ ଦେବରକୋଣ୍ଡା କହିଛନ୍ତି । ସତ କହିବାକୁ ଗଲେ ମୋତେ ଏପର୍ଯ୍ୟନ୍ତ କୌଣସି ଆକ୍ସନ ସିନ ମିଳି ନ ଥିଲା । ଏଥର ଫିଲ୍ମ ‘ଲାଇଗର’ରେ ଦେବରକୋଣ୍ଡା ଅକ୍ସର ଭୂମିକାରେ ଦର୍ଶକଙ୍କ ମନ ଜିତିବେ ବୋଲି ଖୁବ୍ ଆଶାବାଦୀ ଅଛନ୍ତି । ଫିଲ୍ମଟଇ ୨୫ ଅଗଷ୍ଟ ଅର୍ଥାତ ଗୁରୁବାର ରିଲିଜ ହେବାକୁ ଯାଉଛି ।

Share