ଶ୍ରୀବଲିଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ବିଜୟ

ସାଉଥ ସୁପର ଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ପୁଷ୍ପା ହିରୋଇନ୍‌ ଶ୍ରୀବଲି ତଥା ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଏକ ଜୋରଦାର ଚର୍ଚ୍ଚା ଚାଲିଥିଲା। ଉଭୟଙ୍କର ଡେଟିଂ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସିଛି। ଉଭୟେ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। ତେବେ ଗତ କିଛି ଦିନ ହେବ, ରଶ୍ମିକା ଏବଂ ବିଜୟ ୨୦୨୨ ଶେଷରେ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଚର୍ଚ୍ଚାରେ ବିଜୟଙ୍କ ଟୁଇଟ୍‌ ପୂର୍ଣ୍ଣଛେଦ ପକାଇଛି । ସେ କହିଛନ୍ତି, ବିବାହର ଖବର ସଂପୂର୍ଣ୍ଣ ଗୁଜବ । ବର୍ତ୍ତମାନ ସେ ତାଙ୍କର ବୃତ୍ତିଗତ ଜୀବନ ଉପରେ ଧ୍ୟାନ ଦେଉଛନ୍ତି। କଳ୍ପନାଜଳ୍ପନା ମଧ୍ୟରେ ବିଜୟଙ୍କ ଏକ ଟୁଇଟ ସାମ୍ନାକୁ ଆସିଛି । ଯାହା ବିବାହ ଖବର ଉପରେ ତାଙ୍କର ପ୍ରତିକ୍ରିୟା ବୋଲି କୁହାଯାଏ । ବିଜୟ ତାଙ୍କ ଟୁଇଟରେ ଲେଖିଛନ୍ତି, ସବୁଥର ପରି ଗୁଜବ, କଣ ଆମେ ଏହି ଖବରକୁ ଭଲ ପାଇ ପାରିବା ?

Share