ଶହେ ଜଣ ପ୍ରଶଂସକଙ୍କୁ ମନାଲି ବୁଲାଇବେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ କିଏ ବା ନ ଜାଣେ । ଅଭିନେତାଙ୍କର ରହିଛନ୍ତି ବହୁତ ବଡ ଫ୍ୟାନ ଫଲୋଇଂ । ହେଲେ ବିଜୟଙ୍କର ଯେତିକି ପ୍ରଶଂସକ ରହିଛନ୍ତି ତା’ଠାରୁ ବଡ ରହିଛି ବିଜୟଙ୍କ ଦିଲ୍ । ରବିବାର ଅଭିନେତା ତାଙ୍କର ଡେବରା ସାନ୍ତା ଉପରେ ଏକ ନୂଆ ଅପଡେଟ ଶେୟାର କରିଛନ୍ତି । ବିଜୟ ଦେବରକୋଣ୍ଡା ଏକ ପଦକ୍ଷେପ ନେଇଛନ୍ତି, ଯେଉଁଥିରେ ସେ ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବରେ ପ୍ରଶଂସକଙ୍କୁ ଉତ୍ସାହଜନକ ଉପହାର ଦେବାକଥା କହିଛନ୍ତି । ଅଭିନେତା ତାଙ୍କ ୧୦୦ ଜଣ ପ୍ରଶଂସକଙ୍କ ପାଇଁ ହିମାଚଳ ପ୍ରଦେଶର ମନାଲି ଟ୍ରିପର ଆୟୋଜନ କରିବେ । ୫ ଦିନିଆ ଏହି ଯାତ୍ରା ସମୟରେ ତାଙ୍କର ୧୦୦ ଜଣ ପ୍ରଶଂସକ ମନାଲି ବୁଲିବେ । ସେଠାରେ ସେ ମନ୍ଦିର, ମଠ ଦର୍ଶନ କରିବା ସହ ପାହାଡ଼ର ଯାଦୁକୁ ଅନୁଭବ କରିବେ ।
ଦେବରକୋଣ୍ଡା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି । ତେବେ ଏଥିପାଇଁ ତାଙ୍କ ପ୍ରଶଂସକଙ୍କୁ ୧୮ ବର୍ଷ ବୟସରୁ ଅଧିକ ହେବା ଜରୁରୀ । ଏହାସହ ସେ ତାଙ୍କୁ ସୋସିଆଲ ମିଡିଆରେ ଫଲୋ ବି କରୁଥିବେ । ଏହାପରେ ଡେବରା ସାନ୍ତା ଗୁଗଲ ଦସ୍ତାବେଜ ଫର୍ମ ପୂରଣ କରନ୍ତୁ, ଆପଣମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ମନାଲି ବୁଲିବାର ସୁଯୋଗ ମିଳିବ ।
କିଛିବର୍ଷ ପୂର୍ବରୁ ବିଜୟ ଏହି ଟ୍ରାଡିଶନ ଆରମ୍ଭ କରିଛନ୍ତି । ପ୍ରଥମ ବର୍ଷ ସେ ୫୦ ଜଣ ପ୍ରଶଂସକଙ୍କୁ ହାଇଦ୍ରାବାଦର ଜବାହରଲାଲ ନେହେରୁ ବାସ୍ତୁକଳା ଓ ଲଳିତ କଳା ବିଶ୍ୱବିଦ୍ୟାଳୟ ବୁୁଲାଇଥିଲେ । ଏହାସହ ପର୍ସନାଲ ଗିଫ୍ଟ ବି ଦେଇଥିଲେ । ସେମିତି ୨୦୨୨ରେ ୧୦୦ ଜଣ ପ୍ରଶଂସକଙ୍କୁ ୧୦୦ ହଜାର ଟଙ୍କା ଲେଖାଏଁ ଖ୍ରୀଷ୍ଟମାସ ଉପହାର ଦେଇଥିଲେ ।

Share