Categories: ଫୁରସତ

ହଲ୍‌ ମାଲିକଙ୍କୁ ମୁଣ୍ଡିଆ ମାରିଲେ ବିଜୟ

ମୁମ୍ବାଇ: ମୁମ୍ବାଇ ସିନେମା ହଲ୍‌ ମାଲିକଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିଲେ ସାଉଥ୍‌ ଫିଲ୍ମ ଅଭିନେତା ବିଜୟ ଦେବରକୋଣ୍ଡା। ଗତ ୨୫ରେ ରିଲିଜ୍‌ ହୋଇସାରିଥିବା ‘ଲାଇଗର’ର ପ୍ରମୋଶନ୍‌ରେ ଏବେ ବିଜୟ ଖୁବ୍‌ ବ୍ୟସ୍ତ। ମୁମ୍ବାଇରେ ଲାଇଗରର ପ୍ରମୋଶନ୍‌ କରିବା ସମୟରେ ଖବରଦାତା ଟ୍ବିଟରରେ ଟ୍ରେଣ୍ଡ ଚାଲିଥିବା ବୟକଟ ବଲିଉଡ୍‌ ବିଷୟରେ ବିଜୟଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜୟ କହିଥିଲେ, ନିଜର ପରିଶ୍ରମ ଉପରେ ବିଶ୍ୱାସ ରହିବା ଦରକାର। ଯଦି ତୁମେ ଉଚିତ୍‌ ପରିଶ୍ରମ କରିଥିବ ତେବେ ତା’ର ଫଳ ତୁମକୁ ନିହାତି ମିଳିବ। ଆମକୁ କିଏ ରୋକିବ ଦେଖିବା କହି ନିଜ ଉତ୍ତର ଶେଷ କରିଥିଲେ ବିଜୟ। ନାୟକଙ୍କ ଏ ପ୍ରକାର ଉତ୍ତର କେତେଜଣଙ୍କୁ ପସନ୍ଦ ଆସି ନ ଥିବାବେଳେ ମୁମ୍ବାଇ ସିନେମା ହଲ୍‌ ମାଲିକ ମନୋଜ ଦେଶାଇ ତାଙ୍କୁ ଗର୍ବୀ ବୋଲି କହିଥିଲେ। ସୋସିଆଲ ମିଡିଆରେ ଏ ନେଇ ଖବର ପ୍ରଘଟ ହେବା ପରେ ବିଜୟ ସୋମବାର ହଲ୍‌ ମାଲିକ ମନୋଜଙ୍କୁ ଭେଟି ତାଙ୍କୁ ମୁଣ୍ଡିଆ ମାରିଛନ୍ତି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ନେଇ ହୋଇଥିବା ଭୁଲ୍‌ ବୁଝାମଣା ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ। ଲାଇଗରରେ ବିଜୟଙ୍କ ବିପକ୍ଷୟରେ ଅନନ୍ୟା ପାଣ୍ଡେ ଅଭିନୟ କରିଛନ୍ତି। ଏଥିସହ ରାମ୍ୟା କ୍ରିଷ୍ଣନ୍‌, ରୋନିତ ରାୟ, ମାଇକ୍‌ ଟାଇସନ୍‌ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ପୁରୀ ଜଗନ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହୋଇଛି।

Share