Categories: ବାଣିଜ୍ୟ

ବିଜୟ ଫାଷ୍ଟଟ୍ରାକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୧।୯: ଭାରତର ଅଗ୍ରଣୀ ହାତଘଣ୍ଟା ଓ ଆସେସୋରି ବ୍ରାଣ୍ଡ୍‌ ଫାଷ୍ଟ୍‌ଟ୍ରାକ୍‌ ପକ୍ଷରୁ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ନୂଆ ବ୍ରାଣ୍ଡ୍‌ ଅଭିଯାନ ‘ବି ବୋଥ୍‌’ ପ୍ରସ୍ତୁତ କରାଯାଇଛି। ଯୁବବର୍ଗଙ୍କ ଚିନ୍ତାଧାରା ଓ ବିଶ୍ୱାସ ଏବଂ ବ୍ୟବହାରକୁ ଏହି ଅଭିଯାନ ପାଳନ କରୁଛି। ବି ବୋଥ୍‌ ଜରିଆରେ ଫାଷ୍ଟ୍‌ଟ୍ରାକ୍‌ ପକ୍ଷରୁ ଫ୍ୟାଶନ ଜରିଆରେ ଯୁବବର୍ଗଙ୍କୁ ପ୍ରଦର୍ଶନ କରିବାର ନୂତନ ଯୁଗକୁ ସ୍ବାଗତ କରାଯାଇଛି। ଏହି ଅଭିଯାନରେ ଦେଶର ଲୋକପ୍ରିୟ ଯୁବ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ସାମିଲ କରାଯାଇଥିବା ବେଳେ ତାଙ୍କୁ ଫାଷ୍ଟ୍‌ଟ୍ରାକ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଗ୍ରହଣ କରାଯାଇଛି।

ଏହି ଅଭିଯାନ ଜରିଆରେ ଯୁବବର୍ଗଙ୍କ ଜୀବନଶୈଳୀକୁ ସ୍ବତନ୍ତ୍ର ଫ୍ୟାଶନ ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଏହି ଅଭିଯାନରେ ୧୫ ସ୍ବତନ୍ତ୍ର ହାତଘଣ୍ଟାର ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏହାର ଡିଜାଇନ ବେଶ୍‌ ଆକର୍ଷଣୀୟ । ଏହି ହାତଘଣ୍ଟାଗୁଡ଼ିକ ମଧ୍ୟରେ ପୁରୁଷମାନଙ୍କ ଲାଗି ସ୍କେଲେଟାଲ୍‌ ଅଟୋମେଟିକ୍‌, କ୍ରୋନୋଗ୍ରାଫ୍‌ ଏବଂ ମଲ୍‌ଟିଫଙ୍କସନ ଡିଜାଇନ୍‌ ଓ ଯୁବତୀମାନଙ୍କ ଲାଗି ରୋଜ୍‌ ଗୋଲ୍ଡ ସହିତ ସ୍ବତନ୍ତ୍ର ବ୍ରେସ୍‌ଲେଟ୍‌ ଡିଜାଇନ୍‌ ରହିଛି। ଫାଷ୍ଟ୍‌ଟ୍ରାକ୍‌ର ବି ବୋଥ୍‌ ସମ୍ଭାରରେ ଥିବା ହାତଘଣ୍ଟାର ମୂଲ୍ୟ ୨୯୯୫ ଟଙ୍କାରୁ ୯୯୯୫ ଟଙ୍କା ମଧ୍ୟରେ ରହିଛି।

ଏ ସମ୍ପର୍କରେ ଫାଷ୍ଟ୍‌ଟ୍ରାକ୍‌ର ମାର୍କେଟିଂ  ମୁଖ୍ୟ ଅଜୟ ମୌର୍ଯ୍ୟ କହିଛନ୍ତି, ବି ବୋଥ୍‌ ଯୁବବର୍ଗଙ୍କ ଜୀବନଶୈଳୀର ବିଷୟକୁ ପ୍ରଶଂସା କରିବା ସହ ବ୍ରାଣ୍ଡ୍‌କୁ ସେମାନଙ୍କ ଭାବ ପ୍ରକାଶର ଅଂଶରେ ପରିଣତ କରିଛି। ଏହି ଧାରା ସୃଷ୍ଟିକାରୀ ପ୍ରତିଭାବାନ ବିଜୟ ଦେବରକୋଣ୍ଡାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ବିଜୟ କହିଛନ୍ତି, ଏହି ବ୍ରାଣ୍ଡ୍‌ ସବୁବେଳେ ଯୁବବର୍ଗଙ୍କ ବିଷୟରେ କିଛି ଚମତ୍କାର ବିଷୟକୁ ଗ୍ରହଣ କରିଥାଏ ଏବଂ ଏହି ଅଭିଯାନ ଜରିଆରେ ସେହି ଧାରାକୁ ବ୍ରାଣ୍ଡ୍‌ ଜାରି ରଖିଛି।

Share