ଆଇଏଏସ୍‌ ବିଜୟ କେତନଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ରାଜ୍ୟ ସରକାର ନିଲମ୍ବନ ଆଦେଶ ଉଠାଇ ଦେଇଛନ୍ତି। ତେବେ ବିଜୟଙ୍କୁ ପୁଣି ଥରେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି। ସେ ବର୍ତ୍ତମାନ ବୋର୍ଡ ଅଫ ରେଭିନ୍ୟୁର ସଚିବ ଦାୟିତ୍ୱ ତୁଲାଇବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ପ୍ରକାଶ ଯେ, ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଆଇଏଏସ୍‌ ଅଫିସର ବିଜୟକେତନ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ଗତ ଡିସେମ୍ବର ୩୦ରେ ନିଲମ୍ବନ କରିଥିଲେ। ୨୦୦୯ ବ୍ୟାଚର ଏହି ଆଇଏଏସ ଅଫିସର ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିଲେ। ଏକ ବିଲ୍‌ ପାସ କରାଇବା ଲାଗି ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହିତ ତାଙ୍କଠାରୁ ଟଙ୍କା ଜବତ କରିଥିଲା।

Share