ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶୁଭମୁକ୍ତି

ଭୁବନେଶ୍ୱର,୩।୯(ଶର୍ମିଷ୍ଠା ପାଣିଗ୍ରାହୀ)ବିଶିଷ୍ଟ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶନିବାର ଶୁଭମୁକ୍ତି ହୋଇଛି। ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ ନେଇ ଶ୍ରୀଜଗନ୍ନାଥ ମୁଭିଜ ଓ ମୁକ୍ତି ଏକ୍ସପ୍ରେସ୍‌ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ର ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକଙ୍କ ଉପରେ ଗତିଶୀଳ। ନିଜର ସାଧୁତା ପାଇଁ ସେ ବିଭିନ୍ନ ସମସ୍ୟାରେ ଛନ୍ଦି ହେଉଛନ୍ତି। ତେବେ ତାଙ୍କର ଦୁଇଜଣ ଛାତ୍ର ତାଙ୍କୁ ସହାୟତା କରୁଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ପ୍ରଶଂସକଙ୍କ ପାଇଁ ଏହି ଚଳଚ୍ଚିତ୍ର ଏକ ଉପହାର ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଶଙ୍କର ପାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମାନସ ରଞ୍ଜନ ପାତ୍ର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ସ୍ବର୍ଗତ ମହାନ୍ତିଙ୍କୁ ଓକିଲ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ତାଙ୍କ ବ୍ୟତୀତ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ରତନ ମେହେର, ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ନଜର ଆସିଛନ୍ତିି। ସତ୍ୟ ଓ ରୂପେଶ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରିୟଦର୍ଶିନୀ ଓ ତନୁଶ୍ରୀ ମୁଖ୍ୟ ନାୟିକା ଭାବେ ଅଛନ୍ତି। ସୂର୍ଯ୍ୟ ହିନ୍ଦୁସ୍ଥାନୀ ଏହାର କାହାଣୀ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପି.କୁମାର। ଗୀତଗୁଡ଼ିକ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ସାସମଲ ମାନସ, ସୂର୍ଯ୍ୟ ନାରାୟଣ ଓ ମନୋରଞ୍ଜନ ସାହାଣୀ । ମହମ୍ମଦ ଅଜିଜ, ହ୍ୟୁମାନ ସାଗର, ମାଧବ, କୁମାର ବାପି, କୁମାର ବିଜୁ, ସଞ୍ଜୁ ଓ ଟିନା ପ୍ରମୁଖ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଡକରିଘାଟି ବସ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାକୁ ମିଳିବ…

ଭୁବନେଶ୍ୱର,୨୯।୧୨: କୋରାପୁଟ ଡକରିଘାଟି ବସ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍ତି। ଏହିଦୁର୍ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ...

ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୩ ମୃତ,୨୦ ଆହତ 

କୋରାପୁଟ,୨୯।୧୨(ଅମିତାଭ ବେହେରା): କୋରାପୁଟ ଜିଲା ବୈପାରୀଗୁଡା ନିକଟ ସୁକୁନାଳ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ...

ବଢ଼ିପାରେ ବ୍ଲକ୍‌ ସଂଖ୍ୟା: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୯।୧୨ (ଅନିଲ ଦାସ): ରାଜ୍ୟରେ ନୂଆ ବ୍ଲକ ଗଠନ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାର ଏକ କମିଶନ...

ରାଜ୍ୟରେ ଝିଅ ସଂଖ୍ୟା ହ୍ରାସ

ଓଡ଼ିଶାରେ ଗତ ୧ ଦଶନ୍ଧି ଧରି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ସମେତ...

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ...

ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’; ଅନୁଭବଙ୍କ ସହ ସମ୍ପର୍କକୁ…

ଭୁବନେଶ୍ୱର,୨୮।୧୨: ପୁଣି ଚର୍ଚ୍ଚାରେ ଓଲଉଡ୍‌ର ଅନ୍ୟତମ ସୁପରହିଟ୍‌ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଗୋଟିଏ ପଟେ ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା...

‘ଗାନ୍ଧିଜୀ ଯେଉଁଠି ଅଛନ୍ତି, ସେଇଠି ପହଞ୍ଚିଯିବ,’ଭୋଜପୁରୀ ଗାୟିକାଙ୍କୁ କାହିଁକି ମିଳୁଛି ଧମକ

ପାଟନା/ମୁମ୍ବାଇ,୨୮।୧୨: ବିହାରର ରାଜଧାନୀ ପାଟନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ବାପୁ ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରସିଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri