ବଦଳିଗଲେଣି ସାଉଥ୍‌ ସୁପରଷ୍ଟାର ବିଜୟ, ଟ୍ରାନ୍ସଫର୍ମେଶନ ଦେଖି ପ୍ରଶଂସକ…

ହାଇଦ୍ରାବାଦ: ବଦଳି ଗଲେଣି ସାଉଥ ସୁପରଷ୍ଟାର ବିଜୟ ସେତୁପତି। ଦୀର୍ଘଦିନ ଧରି ପ୍ରଶଂସକଙ୍କ ନଜରରୁ ଦୂରରେ ଥିବା ବିଜୟ ହଠାତ ନିଜର ଟ୍ରାନ୍ସଫର୍ମେଶନକୁ ନେଇ ଚର୍ଚ୍ଚାରେ। ନୂଆ ଲୁକ୍‌ ସାଙ୍ଗକୁ ତାଙ୍କର ଷ୍ଟାଇଲ୍‌ ମନ ଜିଣୁଛି।

ବିଜୟ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିନା କ୍ୟାପ୍‌ଶନରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ବଦଳିଲା ଭଳି ନଜର ଆସୁଛନ୍ତି। ବିଶେଷକରି ସେ ପୂର୍ବାପେକ୍ଷା ବେଶ ପତଳା ଲାଗୁଛନ୍ତି। ଧଳା ଶାର୍ଟ ସାଙ୍ଗକୁ କ୍ଲିନ୍‌ ସେଭ୍‌ରେ ସେ ପୁରୁଣା ଦିନକୁ ଫେରିଗଲା ଭଳି ଲାଗୁଥିବା ପ୍ରଶଂସକ କହିଛନ୍ତି।

ଶେଷ ଥର ପାଇଁ ବିଜୟଙ୍କୁ ଫିଲ୍ମ ‘ଡିଏସ୍‌ପି’ରେ ଦେଖାଯାଇଥିଲା। ଏବେ ତାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ। ହିନ୍ଦୀ ସିନେମାରେ ମଧ୍ୟ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ଶାହିଦ କପୁରଙ୍କ ସହ ଓ୍ବେବ୍‌ ସିରିଜ୍‌ ‘ଫର୍ଜି’ ସାଙ୍ଗକୁ ‘ଯବାନ’ରେ ସେ ନଜର ଆସିବେ।

Share