ପାଟନା,୨୫।୧୧: ପ୍ରବଳ ହଟ୍ଟଗୋଳ ମଧ୍ୟରେ ବୁଧବାର ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ଶେଷ ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ବିହାର ବିଧାନସଭାରେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଛି। ଏନ୍ଡିଏର ବିଜୟ ସିହ୍ନାଙ୍କୁ ନୂଆ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ବିଜୟଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମହାମେଣ୍ଟର ଅଓ୍ବଧ ବିହାରୀ ଚୌଧୁରୀଙ୍କୁ ୧୧୪ ଖଣ୍ଡ ଭୋଟ ମିଳିଛି। ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଜସ୍ବୀ ଯାଦବଙ୍କ ସମେତ ଅନ୍ୟ ନେତାମାନେ ବାଚସ୍ପତିଙ୍କୁ ସ୍ବାଗତ କରି ତାଙ୍କ ଚେୟାର ପର୍ଯ୍ୟନ୍ତ ସମ୍ମାନର ସହିତ ନେଇ ଯାଇଥିଲେ।