ଚର୍ଚ୍ଚାରେ ବିଜୟ ତମନ୍ନାଙ୍କ ଏଣ୍ଟ୍ରି

ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହେଉଛି। ବିଜୟ ତାଙ୍କ ପ୍ରେମକୁ ଖୋଲାଖୋଲି ପ୍ରକାଶ କରିବା ପରେ ସେମାନେ ଏବେ ପ୍ରଶଂସକଙ୍କ ପସନ୍ଦର ଯୋଡ଼ି ପାଲଟିଛନ୍ତି। ଏବେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି; ଯାହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ଏକ ଦୀପାବଳି ପାର୍ଟିରେ ତାରକାଙ୍କ ସମାବେଶ ହୋଇଥିଲା। ଏଥିରେ ବି-ଟାଉନର ଅନେକ ବଡ଼ ବଡ଼ ତାରକା ଯୋଗଦେଇଥିଲେ। ତେବେ ପାର୍ଟିରେ ବିଜୟ- ତମନ୍ନାଙ୍କ ଏଣ୍ଟ୍ରି ବେଶ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଦୁହେଁ ହାତ ଧରାଧରି ହୋଇ ପାର୍ଟିରେ ଏଣ୍ଟ୍ରି କରିଥିଲେ। ଦୀପାବଳିକୁ ଉପଭୋଗ କରିବାକୁ ଦୁହେଁ ପାରମ୍ପରିକ ଶୈଳୀର ପୋଷାକ ପିନ୍ଧିଥିଲେ। ପାର୍ଟିରେ ଅଧିକାଂଶ ସମୟ ଦୁହେଁ ପରସ୍ପରର ହାତ ଧରାଧରି ହୋଇ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏଥିସହ ଉଭୟ ଏକାଠି ଦୀପାବଳି ପାଳିଥିଲେ। ତେବେ ତମନ୍ନା ୨୦୦୫ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ବନ୍ଦ୍ରା’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ହାତରେ ୨ଟି ଫିଲ୍ମ ମଧ୍ୟ ରହିଛି। ଏଥିସହ ସେ ଟେଲିଭିଜନ ଏବଂ କିଚି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ନଜରକୁ ଆସିଛନ୍ତି।

Share