ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ବିଜୟ ଥଲାପଥି

ସାଉଥ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକାମାନଙ୍କ ମଧ୍ୟରୁ ବିଜୟ ଥଲାପଥି ଅନ୍ୟତମ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ବିଜୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଥମଥର ଏଣ୍ଟ୍ରି କରିଛନ୍ତି।
ବିଜୟ ଇନଷ୍ଟାଗ୍ରାମରେ ଡେବ୍ୟୁ କରିବା ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କୁ ଫଲୋ କରିଛନ୍ତି। ଇନଷ୍ଟାଗ୍ରାମରେ ପ୍ରଥମ ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ହେଲୋ ଫ୍ରେଣ୍ଡସ। ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବାର ୨୦ ମିନିଟରେ ବିଜୟଙ୍କର ୧୨୦ ହଜାର ଫଲୋଅର୍ସ ଥିଲେ, ଯାହା ବର୍ତ୍ତମାନ ୨.୪ ମିଲିୟନକୁ ବୃଦ୍ଧି ପାଇଛି।
ବିଜୟଙ୍କୁ ଶେଷରେ ଭାରିସୁ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ସଂଗ୍ରହ କରିଥିଲା। ଏବେ ତାଙ୍କୁ ପରବର୍ତ୍ତୀ ଚଳଚ୍ଚିତ୍ର ଲିଓରେ ଦେଖିବାକୁ ମିଳିବ।

Share