ରିଲିଜ ହେଲା ‘ଲିଓ’ର ଦମଦାର ଟ୍ରେଲର

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଥାଲାପତି ତାଙ୍କର ଅପକମିଂ ଫିଲ୍ମ ‘ଲିଓ’ ପାଇଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ଆଜି ପ୍ରଶଂସକଙ୍କ ଅପେକ୍ଷାକୁ ଶେଷ କରି ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଯେଉଁଥିରେ ଅଭିନେତାମାନେ ଗୋଟିଏ ପରେ ଗୋଟିଏ ଆକ୍ସନ ଦୃଶ୍ୟ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ବିଜୟଙ୍କ ସହ ବଲିଉଡର ଦମଦାର ଆକ୍ଟର ସଞ୍ଜୟ ଦତ୍ତ ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି।
ଫିଲ୍ମ ‘ଲିଓ’ର ଟ୍ରେଲର ଦେଖିବା ପରେ ଏହା ସ୍ପଷ୍ଟ ହୋଇଯାଏ ଯେ ବିଜୟଙ୍କ ଏହି ମୁଭି ଆକ୍ସନ ଏବଂ ଡ୍ରାମାରେ ପରିପୂର୍ଣ୍ଣ। ଏହି ମୁଭିରେ ବିଜୟ ବଲିଉଡର ଭିଲେନ ଅର୍ଥାତ୍‌ ସଞ୍ଜୟ ଦତ୍ତଙ୍କ ସହ ଫାଇଟିଂ କରୁଥିବା ନଜର ଆସିଛନ୍ତି। ସଞ୍ଜୁ ବାବା ମଧ୍ୟ ତାଙ୍କ ଚେହେରା ସହିତ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଫିଲ୍ମର ଟ୍ରେଲରରେ ଏହି ଦୁଇ ସୁପରଷ୍ଟାର ପରସ୍ପର ସହ ସଂଘର୍ଷ କରୁଥିବା ଦେଖି ପ୍ରଶଂସକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଆହୁରି ବଢିଯାଇଛି। ଟ୍ରେଲରଟି ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ବବାଲ କରୁଛି। ଟ୍ରେଲରରେ ଫିଲ୍ମର ଅଭିନେତ୍ରୀ ତ୍ରିଷ୍ଣା କୃଷ୍ଣନଙ୍କ ଝଲକ ଦେଖିବାକୁ ମିଳିଛି। ଯାହା ଖୁବ ଶାନଦାର ଲାଗୁଛି।
ମୁଭି ‘ଲିଓ’ କୁ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଲୋକେଶ କନଗରାଜ ନିର୍ଦ୍ଦେଶନା ଦେଇଛନ୍ତି। ଯିଏ ପୂର୍ବରୁ ସାଉଥ ମୁଭି ‘କୈଥୀ’, ‘ବିକ୍ରମ’ ଏବଂ ‘ମାଷ୍ଟର’ ପରି ଦକ୍ଷିଣ ସୁପରହିଟ ଫିଲ୍ମ ଦେଇଛନ୍ତି। ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅନୁରାଗ କାଶ୍ୟପ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସୂଚନାଯୋଗ୍ୟ, ‘ଲିଓ’ ଏକ ତାମିଲ ମୁଭି। କିନ୍ତୁ ହିନ୍ଦୀ ସହିତ ଏହା ଅନ୍ୟାନ୍ୟ ଭାଷାରେ ମଧ୍ୟ ରିଲିଜ ହେଉଛି। ଏହି ମୁଭି ଅକ୍ଟୋବର ୧୯ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।
ସୂଚନା ଅନୁସାରେ ବିଜୟ ଥାଲାପତିଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ୱାରିସୁ’ରେ ଦେଖିବାକୁ ମିଳିଥିଲା। ଅଭିନେତାଙ୍କ ଏହି ଫିଲ୍ମ ମଧ୍ୟ ସୁପରହିଟ ଥିଲା। ଏହାପୂର୍ବରୁ ତାଙ୍କ ମୁଭି ‘ମାଷ୍ଟର’ ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକଶନ କରିଥିଲା।

Share