ତମନ୍ନାଙ୍କୁ ନିଜର ଆଇକନ କହିଲେ ବିଜୟ

ମୁମ୍ବାଇ: କିଛି ଦିନ ମଧ୍ୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ନିଜ ଲଭ୍‌ ଲାଇଫ୍‌କୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ସେମାନଙ୍କର ଆଗାମୀ ୱେବ ସିରିଜ ‘ଲଷ୍ଟ ଷ୍ଟୋରୀ ୨’ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଦୁହେଁ ଏକାଠି କାମ କରିବାକୁ ଯାଉଛନ୍ତି। ତେବେ ଏକ ସାକ୍ଷାତକାରରେ ବିଜୟ ତାଙ୍କ ଗର୍ଲଫ୍ରେଣ୍ଡ ତମନ୍ନାଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି।

ବିଜୟ କହିଛନ୍ତି, ତମନ୍ନାଙ୍କ ସହ କାମ କରିବାକୁ ମୁଁ ବହୁତ ଉତ୍ସାହିତ ଅଛି। କାରଣ ଆମେ ଦୁହେଁ ଏକାଠି ଗୋଟିଏ ସ୍କ୍ରିନ୍‌ରେ ନଜର ଆସିବାକୁ ଇଛା ରଖିଥିଲୁ। ଯେତେବେଳେ ଆପଣ କିଛି କାମ କରିବାକୁ ଉତ୍ସାହିତ ହୁଅନ୍ତି ତେବେ ସେଥିରେ ଆପଣ ସଂପୂର୍ଣ୍ଣ ଭାବେ ବୁଡି ଯାଆନ୍ତି। କାମ ସେତେବେଳେ ବହୁତ ମଜାଦାର ହୋଇଯାଏ।
ତମନ୍ନାଙ୍କ କାମ ଦେଖିଛି। ତାଙ୍କ କାମ କରିବାର ଅନ୍ଦାଜ ମୋତେ ବହୁତ ଭଲ ଲାଗେ। ସେ ମୋର ଆଇକନ ବୋଲି କହି ଲେଡି ଲଭ୍‌ଙ୍କୁ ପ୍ରଶଂସା କରିଛନ୍ତି ବିଜୟ।

Share