ଅସହଜ ମନେ କରୁଛନ୍ତି ବିଜୟ

ବମ୍ବେ: ସେଲିବ୍ରିଟିମାନେ ନିଜର ବ୍ୟକ୍ତିଗତ ଜୀବନକୁ ଲୁଚାଇ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। କାରଣ ଅନେକଙ୍କୁ ଲାଇମଲାଇଟ୍‌ରେ ରହିବା ପସନ୍ଦ ନ ଥାଏ। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ କଥିତ ପ୍ରେମିକ ବିଜୟ ବର୍ମାଙ୍କ କ୍ଷେତ୍ରରେ ଘଟିଛି ସେଭଳି କିଛି।

ଏକୁଟିଆ ବୁଲିବାକୁ ପସନ୍ଦ କରୁଥିବା ବିଜୟ ଏବେ ଯେଉଁଆଡେ ଯାଉଛନ୍ତି ତାଙ୍କୁ ଲୋକେ ଘେରି ଯାଉଛନ୍ତି। ଫଟୋଗ୍ରାଫରମାନେ ମଧ୍ୟ ତାଙ୍କର ଫଟୋ ଉଠାଇବା ସହ ତମନ୍ନାଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ କରୁଛନ୍ତି। ଏସବୁକୁ ନେଇ ଅସହଜ ମନେ କରୁଛନ୍ତି ବିଜୟ। ଅଭିନୟଠାରୁ ଅଧିକ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଲୋକଙ୍କ ଋଚି ବଢ଼ୁଥିବା ସେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରଥମରୁ ତାଙ୍କୁ ଲାଇମଲାଇଟ୍‌ର ଅଭ୍ୟାସ ନ ଥିଲା। ଏବେ ସେ ତାର ଅଭ୍ୟାସ ପକାଇବାକୁ ଚେଷ୍ଟା କରୁଥିବା କହିଛନ୍ତି।

Share