Posted inଫୁରସତ

ଫ୍ୟାନ୍ସଙ୍କୁ ଟ୍ରିପ୍‌ରେ ପଠାଇବେ ବିଜୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ତାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି କରିଥା’ନ୍ତି। ତେବେ ସେ ଏହି ବଡ଼ଦିନରେ ଫ୍ୟାନ୍ସଙ୍କୁ ଏକ ଗିଫ୍ଟ ଦେଇ ଧନ୍ୟବାଦ ଦେଇଛନ୍ତି। ସେ ନିଜ ପକ୍ଷରୁ ତାଙ୍କର ୧୦୦ ଫ୍ୟାନ୍ସଙ୍କ ପାଇଁ ଟ୍ରିପ୍‌ରେ ପଠାଇବା ପାଇଁ ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ଅଧିକ ଭାଇରାଲ୍‌ ହେବାରେ ଲାଗିଛି। ୫ ବର୍ଷ ପୂର୍ବେ ବିଜୟ ଏକ ପରମ୍ପରା ଆରମ୍ଭ କରିଥିଲେ। ସେବେଠାରୁ ସେ ଏହାକୁ ପାଳନ କରିଆସୁଛନ୍ତି। ଚଳିତ ୨୫ ତାରିଖକୁ ସେହି ପରମ୍ପରାକୁ ୫ ବର୍ଷ ପୂରଣ ହେଉଥିବାରୁ ସେ କିଛି ନୂଆ କରିବାକୁ ଭାବି ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏପରି ଟ୍ରିପ୍‌ର ଆୟୋଜନ କରିଛନ୍ତି। ତେବେ ସେ ଏଥିପାଇଁ ମାଉଣ୍ଟେନ୍‌ ଅଫ୍‌ ଇଣ୍ଡିଆ, ବିଚେସ୍‌ ଅଫ୍‌ ଇଣ୍ଡିଆ, କଲ୍‌ଚର ଟ୍ରିପ ଅଫ୍‌ ଇଣ୍ଡିଆ, ଡେଜର୍ଟ ଇନ୍‌ ଇଣ୍ଡିଆ ଇତ୍ୟାଦି ୪ଟି ଜାଗା ନିରୂପଣ କରିଛନ୍ତି, କିନ୍ତୁ କେଉଁ ଜାଗା ସ୍ଥିର କରିବେ ସେ ସେଥିପାଇଁ ମତାମତ ମାଗିଛନ୍ତି। ଏଥିରେ ଫ୍ୟାନ୍ସମାନେ ଅନେକ ଜବାବ ଦେଇଛନ୍ତି। ତେବେ ବିଜୟଙ୍କୁ ଫିଲ୍ମ ଲାଇଗର୍‌ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ଅନେକ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri