ରତ୍ନଭଣ୍ଡାର ନେଇ ବିଜୟଙ୍କ ତେରେଚ୍ଛା ବାଣ: କହୁକହୁ କହିଦେଲେ…

ଭୁବନେଶ୍ୱର,୯।୮: ରତ୍ନଭଣ୍ଡାରକୁ ନେଇ ତେରେଚ୍ଛା ବାଣ ମାରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ନେଇ ଗଠିତ ନୂଆ କମିଟିକୁ ସେ ସ୍ବାଗତ କରିଛନ୍ତି । ମାତ୍ର ପୁରୁଣା କମିଟି ଯେଉଁପରି ଭାଙ୍ଗିଦିଆଗଲା ତାହା ଠିକ୍‌ ହେଲାନି ବୋଲି କହିଛନ୍ତି । ପୂର୍ବ ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ପଶାୟତ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଲୋକ। ତାଙ୍କୁ ଅପମାନଜନକ ଭାବେ ବିଦା କରାଯାଇଛି । ତେଣୁ ନୂଆ କମିଟି ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି ବିଜୟ କହିଛନ୍ତି। ତେବେ ମନ୍ଦିର ପରିଚାଳନା କମିଟି ତୁରନ୍ତ ରତ୍ନଭଣ୍ଡାର ଷ୍ଟାଟସ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର କରୁ ବୋଲି ସେ ଦାବି କରିଛନ୍ତି ।

୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ତାହା କମିଟି ନିକଟରେ ରହିଛି । ଏହା ପରେ ୧୯୮୨ ଏବଂ ୧୯୮୫ ମସିହାରେ ଆବଶ୍ୟକତା ଦୃଷ୍ଟିରୁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । କିଛି ଅଳଙ୍କାର ଏବଂ ରୂପା ସେଥିରୁ ବାହାର କରାଯାଇଛି । ସେ ଷ୍ଟାଟସ ରିପୋର୍ଟ ପରିଚାଳନା କମିଟି ନିକଟରେ ରହିଛି । ସେ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର ହେବା ଦରକାର ବୋଲି ବିଜୟ ମହାପାତ୍ର କହିଛନ୍ତି । ଏହା ବ୍ୟତୀତ ଯେତେ ଦିନ ଏଏସ୍‌ଆଇ କାମ କରିବ ସେତିକି ଦିନ ପାଇଁ ଅସ୍ଥାୟୀ ଭଣ୍ଡାର ନିର୍ମାଣ ହେଉ । ଏଥିପାଇଁ ସେ ବିମଳା ମନ୍ଦିର ପଛ ପଟ କିମ୍ବା ମନ୍ଦିର ଭିତର ସାକ୍ଷୀ ଗୋପାଳ ମନ୍ଦିର ପାଖସ୍ଥାନକୁ ବାଛିବାକୁ ପରାମର୍ଶ ଦେଇଛନ୍ତି । ଚିହ୍ନଟ କରି କଡ଼ା ସୁରକ୍ଷାର ସହ ରତ୍ନ ସବୁକୁ ରଖାଯାଇପାରିବ । ଏସବୁ ଦିଗ ଉପରେ କମିଟି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଜୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

୨ ଦିନ ଏହି ୧୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୦: ଶୁକ୍ରବାର ଓ ଶନିବାର ୧୪ ଜିଲାରେ ପ୍ରବଳ ବର୍ଷିବ। ତେବେ ବର୍ଷାକୁ ନେଇ ଏହି ୧୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ...

ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ,ଯୋଗାଯୋଗରେ ଅଛନ୍ତି…

ଭୁବନେଶ୍ୱର,୧୮।୧୦: ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଶୁକ୍ରବାର ଏକ ଭବିଷ୍ୟବାଣୀ କରିଛନ୍ତି। ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଜେଡିର...

କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ...

ଭରତପୁର ଥାନା ମାମଲା: ଟେଷ୍ଟ ରିପୋର୍ଟ ଆସିନି, ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ଏଡିଜି କହିଲେ…

ଭୁବନେଶ୍ୱର,୧୮ା୧୦: ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେବା ବେଳେ...

ମୋକିମଙ୍କ ବିସ୍ଫୋରକ ବୟାନ: ବିଜେଡି, ଭାଜପାର ବହୁ ନେତା….

ଭୁବନେଶ୍ୱର,୧୮।୧୦: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ବୟାନ ଦେଇ କହିଛନ୍ତି, ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।...

ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ...

ଭୁବନେଶ୍ୱରରେ ଏତିକି ଦିନ ଆସିବନି ପାଣି, ୱାଟକୋ କହିଲା…

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱରରେ ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ। ପାଇପ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri