Categories: ଜାତୀୟ

ଏକ ଦେଶ-ଏକ ନିର୍ବାଚନ ସପକ୍ଷରେ ଓ୍ବାଇଏସଆରସିପି ମହା ସଚିବ ବିଜୟସାଇ ରେଡ୍ଡୀ…

ହାଇଦ୍ରାବାଦ,୨।୯ : ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି (ଓ୍ବାଇଏସଆରସିପି ) ସାଧାରଣ ସଚିବ ଭି ବିଜୟସାଇ ରେଡ୍ଡୀ ଶନିବାର ଏକ ଦେଶ-ଏକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଏହା ଦ୍ୱାରା ଦେଶର ହଜାର ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ।

ରେଡ୍ଡୀ ଆନ୍ଧ୍ରପ୍ରଦେଶର ଶାସକ ଦଳର ରାଜ୍ୟସଭା ଏମପି। ପୂର୍ବତନ ରାଷ୍ଟ୍ରପତିି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବା ପରେ ରାଜ୍ୟ ସଭା ଏବଂ ଲୋକସଭା ପାଇଁ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ଅନୁଧ୍ୟାନ କରିବା ପରେ ସେ ନିଜର ମତ ରଖିଛନ୍ତି।

ଏକ ଦେଶ-ଏକ ନିର୍ବାଚନର ସଂକଳ୍ପରେ ଅନେକ ସକରାତ୍ମକ ଦିଗ ରହିଛି। ରେଡ୍ଡୀ ସୋସିଆଲ ମିଡ଼ିଆରେ ପୋଷ୍ଟରେ ଏହା କହିଛନ୍ତି। ସେ କହିଛନ୍ତି ଏହି ଚିନ୍ତାଧାରା ଭାରତ ପାଇଁ ନୂଆ ନୁହେଁ। ୧୯୫୧-୫୨, ୧୯୫୭, ୧୯୬୨ ଏବଂ ୧୮୬୭ ରେ ଏକକାଳୀନ ସାଧାରଣ ତଥା ରାଜ୍ୟ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଆନ୍ଧ୍ରପ୍ରଦେଶରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଆମ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

 

Share