Categories: ଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟାଶାନ୍ତି: ଭାଜପାରେ ହେବେ ସାମିଲ

ହାଇଦ୍ରାବାଦ,୬।୧୨-କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଅଭିନେତ୍ରୀ ବିଜୟା ଶାନ୍ତି ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ଫଳରେ ତେଲେଙ୍ଗାନା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ସୋମବାର ବିଜୟା ଦିଲ୍ଲୀରେ ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେବେ। ଏହାପୂର୍ବରୁ ଆଜି ସାରେ ଦିଲ୍ଲୀରେ ପହଞ୍ଚି ସେ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ମାସ ହେବ କଂଗ୍ରେସ ଦଳର କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମରେ ସେ ସକ୍ରିୟ ନ ଥିଲେ। ଏହି କାରଣରୁ ବିଜୟା କଂଗ୍ରେସରୁ ଇସ୍ତଫା ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Share