Categories: ଜାତୀୟ

ବିକାଶ ଦୁବେଙ୍କ ମା’ ଦ୍ୱିତୀୟ ପୁଅକୁ ଅପିଲ୍‌, ଆତ୍ମସମର୍ପଣ କର ନହେଲେ…

କାନପୁର,୨୨।୭: କାନପୁର ଶୁଟ୍‌ଆଉଟ୍‌ର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଭାଇ ଦୀପ ପ୍ରକାଶ ଦୁବେ ଏବେ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖେଶଜୁଛି। ଏହି ସମୟରେ ବିକାଶଙ୍କ ମା’ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ସେ ଦୀପ ପ୍ରsକାଶଙ୍କୁ ଅପିଲ୍‌ କରି କହିଛନ୍ତି ତୁମେ ଯୋଉଠି ଅଛ, ପୋଲିସ ପାଖକୁ ଆସି ଆତ୍ମସମର୍ପଣ କର। ଫେରାର ହୋଇଗଲେ ସବୁ ମରିଯିବ, ସେତେବେଳକୁ ଆଉ କିଛି ନ ଥିବ ବୋଲି ସେ କହିଛନ୍ତି। ଏବେ ସମୟ ଅଛି ଆତ୍ମସମର୍ପଣ କରି ଦେବ ତ ଜୀବନ ବଞ୍ଚିଯିବ। ନହେଲେ ପୋଲିସ ସମସ୍ତଙ୍କୁ ମାରିଦେବ। ତୁମ ପିଲା ଏବଂ ସ୍ତ୍ରୀ ମରିଯିବେ। ସେତେବେଳେ ଆସି ଏଠି କ’ଣ କରିବ। ଦୀପ ତୁମେ ଯୋଉଠି ଅଛ ଘରକୁ ଆସ। ତୁମେ ନିର୍ଦ୍ଦୋଷ। ତୁମେ ଥରୁଟିଏ ବି ଫୋନ କରିନ। ସାମ୍ନାକୁ ଆସ ପୋଲିସ କେବଳ ତୁମକୁ ପଚରାଉଚରା କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦୀପ ପ୍ରକାଶଙ୍କ ଉପରେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ପୋଲିସ। ତାଙ୍କ ନାଁରେ କୃଷ୍ଣାନଗର କୋତଓ୍ବାଲି ମାମଲା ରହିଛି। ୨-୩ ଜୁଲାଇରେ ବିକରୁ ଗ୍ରାମରେ ୮ ପୋଲିସ କର୍ମୀଙ୍କୁ ହତ୍ୟା ପରେ ଦୀପ୍‌ ଫେରାର ଅଛନ୍ତି।

Share