Categories: ଜାତୀୟ

ବିକାଶ ଦୁବେଙ୍କୁ ପୁଣି କରାଗଲା ଏନ୍‌କାଉଣ୍ଟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ, ୧୮।୭: ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଜୁଲାଇ ୧୦ରେ ଏନ୍‌କାଉଣ୍ଟର କରାଯାଇଥିଲା। ଏବେ ଏହାର କ୍ରାଇମ୍‌ ସିନ୍‌ର ଭିଡ଼ିଓ ପୁଣିଥରେ ରିକ୍ରିଏଟ୍‌ କରାଯାଇଛି। ପୋଲିସଙ୍କ ମଧ୍ୟରୁ ଜଣେ ବିକାଶ ଦୁବେଙ୍କ ଭଳି ଅଭିନୟ କରିଛନ୍ତି। ପୋଲିସ ଗାଡ଼ି ଓଲଟିଲା ପରେ ଏଥିରୁ ବିକାଶ ଦୁବେ କିଭଳି ବାହାରି ପିସ୍ତଲ ଛଡ଼ାଇ ନେଇଥିଲେ ତାହା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ୩ ମିନିଟ୍‌ ୨୨ ସେକେଣ୍ଡର ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କାନପୁର ହାଇଓ୍ବେ ପାର୍ଶ୍ୱରେ ଏହି ସିନ୍‌କୁ ରିକ୍ରିଏଟ୍‌ କରାଯାଇଛି। ଏହି ଭିଡ଼ିଓକୁ କୋର୍ଟରେ ଦାଖଲ କରାଯିବ।

Share