Categories: ଜାତୀୟ

ଦୁବାଇ, ଥାଇଲାଣ୍ଡରେ ରହିଛି ବିକାଶଙ୍କ ସମ୍ପତ୍ତି !

କାନପୁର,୧୧।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ବି ସେ ଏବେ ରହୁଛନ୍ତି ଚର୍ଚ୍ଚାରେ। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିକାଶଙ୍କର ଦୁବାଇ ଓ ଥାଇଲାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ବିକାଶ ଗତ ୩ ବର୍ଷ ମଧ୍ୟରେ ପାଖାପାଖି ୧୪ ଦେଶ ଭ୍ରମଣ କରିଥିବା ଜଣାପଡିଛି। ନିକଟରେ ସେ ଲକ୍ଷ୍ନୌରେ ଏକ ଘର କିଣିଥିବା ବେଳେ ଏହାର ମୂଲ୍ୟ ୨୦କୋଟି ହେବ ବୋଲି କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାନପୁର ପୋଲିସକୁ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ତାଙ୍କ ପରିବାର ଓ ସହଯୋଗୀଙ୍କ ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତିର ତଥ୍ୟ ମାଗିଛନ୍ତି। ଏହା ବ୍ୟତୀତ କାନପୁର ମଧ୍ୟରେ ବିକାଶଙ୍କର ୬ଟି ଘର, ଆର୍ଯ୍ୟନଗରର ଏକ ଆପାର୍ଟମେଣ୍ଟରେ ୮ଟି ଫ୍ଲାଟ ଓ ପନକିରେ ଏକ ଡୁପ୍ଲେକ୍ସ ଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୨୮ କୋଟି ଟଙ୍କା ହେବ।

Share