Categories: ଜାତୀୟ

ପୁଅ ଗିରଫ ହେବା ପରେ ସରକାରଙ୍କୁ ଗୁହାରି କଲେ ମା’

କାନପୁର,୯।୭: ଉତ୍ତରପ୍ରଦେଶ କାନପୁରର ୮ ପୋଲିସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଏନ୍‌କାଉଣ୍ଟରରୁ ବଞ୍ଚିବା ପାଇଁ ସେ ସୁପରିକଳ୍ପିତ ଭାବେ ମନ୍ଦିର ପ୍ରାଙ୍ଗଣରେ ନିଜେ ନିଜେ ପୋଲିସ ହାତରେ ଗିରଫ ହୋଇଥିବା କୁହାଯାଉଛି। ତେବେ ବିକାଶ ଗିରଫ ହେବା ପରେ ତାଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ ମା’। ତାଙ୍କ ମା’ କହିଛନ୍ତି ପ୍ରତିବର୍ଷ ବିକାଶ ମହାକାଳ ମନ୍ଦିର ଦର୍ଶନ କରିବାକୁ ଯିବା ସହ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରିଥାଆନ୍ତି। ତେଣୁ ଭୋଳାବାବା ଆଜି ମୋ ପୁଅର ଜୀବନ ବଞ୍ଚାଇ ଦେଇଥିବା ସେ ପ୍ରକାଶ କରିଛନ୍ତି। ତେଣୁ ସରକାର ଏବେ ତାଙ୍କ ପୁଅଙ୍କୁ ବଞ୍ଚାନ୍ତୁ ବୋଲି ସେ ଗୁହାରି କରିଛନ୍ତି। ସୂଚନାଯୋଗ୍ୟ, ଉଜ୍ଜୟିନୀର ଜିଲାପାଳ ବିକାଶଙ୍କ ଗିରଫ ସମ୍ପର୍କରେ ସୂଚନା ଦେଇଥିଲେ। ବିକାଶ ମହାକାଳ ମନ୍ଦିର ଯାଉଥିବା ବେଳେ ସେଠାକାର ସୁରକ୍ଷାକର୍ମୀ ତାଙ୍କୁ ଚିହ୍ନିପାରି ପୋଲିସକୁ ଖବର ଦେବା ପରେ ପୋଲିସ ତାଙ୍କୁ ସେଠାରୁ ଗିରଫ କରିଥିବା ଜିଲାପାଳ କହିଥିଲେ।

Share