Categories: ଜାତୀୟ

ବିକାଶ ଦୁବେଙ୍କ ସମ୍ପତ୍ତିର ହେବ ହିସାବ କିତାବ

କାନପୁର,୧୧।୭: ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ବି ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି। ଏନ୍‌କାଉଣ୍ଟର ପରେ ଏବେ ତାଙ୍କ ସମ୍ପତ୍ତିର ହିସାବ କିତାବ କରାଯିବ ବୋଲି ଜଣାପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସମ୍ପତ୍ତିର ହିସାବ କିତାବ ଆରମ୍ଭ କରିଥିବା ଜଣାପଡିଛି। ଇଡି ଉତ୍ତରପ୍ରଦେଶ ପୋଲିସକୁ ବିକାଶ ଦୁବେ, ତାଙ୍କ ପରିବାର, ସହଯୋଗୀ ଓ ଅପରାଧ ମାମଲାର ସହଯୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ମାଗିଛି। ଏହାସହ ବିକାଶ ଦୁବେଙ୍କ ବିରୋଧର ଆପରାଧିକ ମାମଲର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମଧ୍ୟ ତଥ୍ୟ ମାଗିଛି। ସୂଚନାଯୋଗ୍ୟ, ଏନ୍‌କାଉଣ୍ଟର ପୂର୍ବରୁ ବିକାଶଙ୍କ ରାଜପ୍ରାସାଦ ଭଳି ଏକ ଘରକୁ ଭାଙ୍ଗି ଦିଆଯିବା ସହ ପୋଲିସ ଉପସ୍ଥିତିରେ ତାଙ୍କ କାର୍‌କୁ ମଧ୍ୟ ଜେସିବି ମେଶିନ ଲଗାଇ ଭାଙ୍ଗି ଦିଆଯାଇଥିଲା। ଏବେ ଲକ୍ଷ୍ନୌରେ ତାଙ୍କର ଏକ ଘର ଥିବା ବେଳେ ପୋଲିସର ନଜର ତା’ଉପରେ ରହିଛି।

Share