Advertisement
Categories: ଜାତୀୟ

ଆସିଲା ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ନୌ,୨୦।୭: ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଅପରାଧି ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିକାଶଙ୍କ ଶରୀରରେ ୩ଟି ଗୁଳି ବାଜି ବାହାରି ଯାଇଛି। ଶରୀରରେ ମୋଟ ୧୦ଟି କ୍ଷତ ରହିଛି। ଏଥିରୁ ୬ଟି ଗୁଳିର କ୍ଷତ ହୋଇଥିବା ବେଳେ ଅନ୍ୟ ୪ଟି ବିକାଶଙ୍କ ଡାହାଣପଟେ ରହିଛି, ଯାହା ତଳେ ପଡିଯିବା ଫଳରେ ହୋଇଛି ବୋଲି କୁହାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଗୋଟିଏ ଗୁଳି ବିକାଶଙ୍କ ଡାହାଣ କାନ୍ଧ ଓ ଅନ୍ୟ ଗୁଳି ବିକାଶଙ୍କ ବାମ ଛାତିରେ ବାଜିଛି। ଏହା ବ୍ୟତୀତ ଡାହାଣ ପଟେ ମୁଣ୍ଡ, କହୁଣୀ ଓ ପେଟରେ କ୍ଷତ ହୋଇଛି। ତେବେ କେତେ ଦୂରରୁ ବିକାଶଙ୍କୁ ଗୁଳି କରାଯାଇଛି ତାହା ଉକ୍ତ ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share