Categories: ଖେଳ

ଖାଲି ହାତରେ ଫେରିଲେ କ୍ରିଷ୍ଣନ

ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ପୁରୁଷ ବକ୍ସରଙ୍କ ମଧ୍ୟରେ ସବୁଠୁ ଅଭଜ୍ଞ ବକ୍ସର ବିକାଶଙ୍କୁ ହରାଇ ଦେଇଛନ୍ତି ଜାପାନର କୁଇନ୍ସି ଓକାଜାଓ୍ବା।

ପ୍ରଥମ ରାଉଣ୍ଡରୁ ହିଁ ବ୍ୟାକଫୁଟ୍‌ରେ ଥିଲେ ବିକାଶ। ଜାପାନିଜ ବକ୍ସର ପୂରା ଆକ୍ରମକ ଷ୍ଟାଇଲରେ ଖେଳିଥିଲେ। ଦ୍ୱିତୀୟ ରାଉଣ୍ଡରେ ବିକାଶଙ୍କ ବାମ ଆଖି ଉପରେ ଆଘାତ ଲାଗିଥିଲା। ଏପରି କି ତାଙ୍କୁ ମେଡିକାଲ ଟିମ୍‌ର ଆବଶ୍ୟକତା ପଡ଼ିଥିଲା। ଏଭଳି ପରିସ୍ଥିତିରେ ବିକାଶଙ୍କୁ କେବଳ ନକଆଉଟ୍‌ ବଞ୍ଚାଇ ପାରିଥାନ୍ତେ। ହେଲେ ସେଭଳି କିଛି ଘଟି ନ ଥିଲା ୩ୟ ରାଉଣ୍ଡରେ।

Share