Categories: ଖେଳ

ବିକାଶ ପତି ବିସିସିଆଇ ମ୍ୟାଚ ରେଫରି

ଭୁବନେଶ୍ୱର, ୮ା୧୦(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ବର୍ତ୍ତମାନ ସିନିୟର ଚୟନ କମିଟି ସଦସ୍ୟ ବିକାଶ ସ୍ବରୂପ ପତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ମ୍ୟାଚ ରେଫରି ହୋଇଛନ୍ତି। ବିସିସିଆଇ ପକ୍ଷରୁ ମ୍ୟାଚ ରେଫରି କୋର୍ସ ପରୀକ୍ଷା ସେପ୍ଟେମ୍ବର ୫ ଓ ୬ ତାରିଖରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ୧୪ ଜଣ ପାସ୍‌ କରି ବିସିସିଆଇ ମ୍ୟାଚ ରେଫରି ପ୍ୟାନେଲରେ ସାମିଲ ହୋଇଛନ୍ତି। ୧୪ ଜଣଙ୍କ ମଧ୍ୟରୁ ବିକାଶ ୮୦.୫ ପ୍ରତିଶତ ନମ୍ବର ସହ ୮ମ ର଼୍ୟାଙ୍କ୍‌ ପାଇଥିଲେ। ବିକାଶ ହେଉଛନ୍ତି ଓଡ଼ିଶାର ୫ମ ବିସିସିଆଇ ମ୍ୟାଚ ରେଫରି। ଏହି ଏଲିଟ ତାଲିକାରେ ପୂର୍ବରୁ ପ୍ରଶାନ୍ତ ମହାପାତ୍ର, ସଞ୍ଜୟ ରାଉଳ, ପି. ଜୟଚନ୍ଦ୍ର ଓ ଶିବସୁନ୍ଦର ଦାସ ରହିଛନ୍ତି। ଶିବସୁନ୍ଦର ଏବେ କୋଚ୍‌ଭାବେ କାର୍ଯ୍ୟରତ। ବିକାଶ ସ୍ବରୂପଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।

Share