Categories: ବାଣିଜ୍ୟ

ମେଟାରେ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ,୧୦।୧: ଅନ୍ତଃରାଷ୍ଟ୍ରୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାର ଗ୍ଲୋବାଲ ବିଜନେସ୍‌ ଗ୍ରୁପ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଅଭିଜ୍ଞ ବିକାଶ ପୁରୋହିତଙ୍କୁ ନିକଟରେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ସୋମବାର ମେଟା ବିକାଶଙ୍କ କାର୍ଯ୍ୟକଳାପ ଓ ନିଯୁକ୍ତି କ୍ଷେତ୍ର ସମ୍ପର୍କରେ ଅବଗତ କରାଇଛି। ଏପରିକି ସେ ଭାରତୀୟ ବିଜ୍ଞାପନଦାତା କମ୍ପାନୀମାନଙ୍କ ସହ ମିଶି ମେଟା ପାଇଁ କାର୍ଯ୍ୟ କରିବେ। ବିଶେଷ କରି ପୁରୋହିତ ଭାରତର ବଡ଼ ବଡ଼ ବ୍ରାଣ୍ଡ୍‌ ଓ କମ୍ପାନୀ ସହ ମେଟାର ବ୍ୟବସାୟିକ କାର୍ଯ୍ୟକଳାପକୁ ଆଗକୁ ବଢାଇବେ ଏବଂ ବିଭିନ୍ନ କମ୍ପାନୀଗୁଡ଼ିକ ସହ ବିଜ୍ଞାପନ ସମ୍ବନ୍ଧିତ ବ୍ୟବସାୟିକ ଚୁକ୍ତି କରିବେ ବୋଲି ମେଟା ପକ୍ଷରୁ କୁହାଯାଇଛି। ସେହିଭଳି କମ୍ପାନୀର ମୁଖ୍ୟ ବ୍ୟବସାୟର ଭର୍ଟିକାଲ ଟିମ୍‌, ଏଜେନ୍ସି ଟିମ ଏବଂ ବିଜନେସ୍‌ ସଲ୍ୟୁଶନ ଟିମ୍‌ ପୁରୋହିତଙ୍କୁ ରିପୋର୍ଟ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପୁରୋହିତ ମେଟାର ଭାରତ ବିଜ୍ଞାପନ ବ୍ୟବସାୟ ମୁଖ୍ୟ ଅରୁଣ ଶ୍ରୀନିବାସନଙ୍କୁ ମଧ୍ୟ ରିପୋର୍ଟ କରିବେ ବୋଲି ମେଟା ପକ୍ଷରୁ କୁହାଯାଇଛି। ଏପରିକି ନିକଟରେ ସା ଦେବନାଥନଙ୍କୁ କମ୍ପାନୀ ଭାରତ ଶାଖାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲା।

Share