ମୁମ୍ବାଇ: ହିନ୍ଦୀ ତଥା ମରାଠୀ ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଦୁନିଆରୁ ବିଦାୟ ନେଇଛନ୍ତି। ହେଲେ ସେ ତାଙ୍କ ଫିଲ୍ମ ମାଧ୍ୟମରେ ସର୍ବଦା ସ୍ମରଣ ହୋଇ ରହିବେ। ତେବେ ବିକ୍ରମ ଗୋଖଲେଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କର ଶେଷ ଫିଲ୍ମ ‘ସୁର ଲାଗୁ ଦେ’ ରିଲିଜ୍ ହେବା ନେଇ ଘୋଷଣା ହୋଇଛି। ମଙ୍ଗଳବାର ହିନ୍ଦୀ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ବିକ୍ରମ ଗୋଖଲେଙ୍କ ଶେଷ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି।
ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ତାଙ୍କ ଫିଲ୍ମ କ୍ୟାରିୟରରେ ଏକରୁ ଅଧିକ ଫିଲ୍ମ କରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ପରେ ସମସ୍ତେ ତାଙ୍କର ଶେଷ ଫିଲ୍ମକୁ ଅପେକ୍ଷା କରି ରହିଥିଲେ। ଏହି ସମୟରେ ବିକ୍ରମ ଗୋଖଲେଙ୍କ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମଟି ୨୦୨୩ ଜାନୁୟାରୀରେ ରିଲିଜ୍ ହେବ ବୋଲି କୁହାଯାଉଛି।