ଓଟିଟିରେ ରିଲିଜ୍‌ ହେଲା ‘ବିକ୍ରମ’

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ପ୍ରେକ୍ଷାଳୟରେ ରିଲିଜ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ଜୁନ୍‌ ୩ରେ ରିଲିଜ୍‌ ହୋଇଥିଲା। ବିକ୍ରମ ହେଉଛି ଏକ ଆକ୍ସନ ଫିଲ୍ମ। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ଼ ଲାଗି ରହେ। ଫିଲ୍ମଟି ୩୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଥିବା ଜଣାପଡ଼ିଛି। ଫିଲ୍ମ ‘କେଜିଏଫ-୨’କୁ ମଧ୍ୟ ବିକ୍ରମ ପଛରେ ପକାଇଛି। ହେଲେ ବର୍ତ୍ତମାନ ଏହି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଆଉ ସିନେମା ହଲ୍‌ ଯିବାକୁ ପଡ଼ିବନି। କାହିଁକି ନା ଫିଲ୍ମ‘ବିକ୍ରମ’ ଶୁକ୍ରବାର ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହୋଇଯାଇଛି। ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ଓଟିଟିରେ ଉପଲବ୍ଧ ହେବ। ଏବେ ଘରେ ବସି ଫିଲ୍ମକୁ ଉପଭୋଗ କରିପାରିବେ ଦର୍ଶକ।

Share