ରଦ୍ଦ ହେଲା ବିକ୍ରମ ସାହୁଙ୍କ ମଦ ଲାଇସେନ୍ସ

ଅନୁଗୋଳ ଅଫିସ, ୨୭।୬ – ଲକ୍‌ଡାଉନ ବେଳେ ସିଲ୍‌ ହୋଇଥିବା ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ଚୋରା କାରବାର ଅଭିଯୋଗରେ ଗତ ଏପ୍ରିଲ୍‌ ୨୩ ବିଳମ୍ବିତ ରାତିରେ ଗିରଫ ହୋଇଥିବା ସହରର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ କେଶରୀ ସାହୁଙ୍କ ଲାଇସେନ୍ସ ରଦ୍ଦ ହୋଇଛି। ଚୋରା କାରବାର ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ଅବକାରୀ କମିଶନରଙ୍କ ପକ୍ଷରୁ ସାହୁଙ୍କ ଲାଇସେନ୍ସକୁ ରଦ୍ଦ କରାଯିବା ସହ ଜିଲା ପ୍ରଶାସନକୁ ମଧ୍ୟ ଏ ନେଇ ଅବଗତ କରାଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ସରକାରଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ବିକ୍ରମଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଗତ ମେ ୩୦ ତାରିଖରେ କଟକସ୍ଥିତ ଅବକାରୀ କମିଶନରଙ୍କଟଠାରୁ ଅନୁମତି (ଚିଠି ନଂ. ୨୭୪୯) ମଗାଯାଇଥିଲା। ଅବକାରୀ ନିୟମ ୨୦୦୮ର ୪୭(ସି), ୫୮ ଏବଂ ୬୬ ଓ କୋଭିଡ ନିୟମ ଉଲ୍ଲଂଘନ ଯୋଗୁ ଲାଇସେନ୍ସ ରଦ୍ଦ କରିହେବ ବୋଲି କମିଶନରଙ୍କ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଏହାପରେ ଜୁନ୍‌ ୧୦ ତାରିଖରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଜେଲରେ ଥିବା ବିକ୍ରମଙ୍କୁ ନୋଟିସ ପଠାଯାଇଥିଲା। ଉତ୍ତର ଦେବାକୁ ୧୪ ଦିନ ସମୟ ମଧ୍ୟ ଦିଆଯାଇଥିଲା। କିନ୍ତୁ ଉତ୍ତର ସନ୍ତୋଷଜନକ ହୋଇ ନ ଥିବାରୁ ବିକ୍ରମଙ୍କ ଲାଇସେନ୍ସକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି। ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ବିକ୍ରମଙ୍କ ନାମରେ ଥିବା ୫ଟି ଦେଶୀ ଭାଟି ଓ ଗୋଟିଏ ଠିପି ଖୋଲା ମଦ ଦୋକାନର ଲାଇସେନ୍ସ ରଦ୍ଦ ହୋଇଛି। ଅନୁଗୋଳ ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ କହିଛନ୍ତି, ଠିପି ଖୋଲା ବିଦେଶୀ ମଦ ଦୋକାନ ସହ କରାଡ଼ାଗାଡ଼ିଆ ଭାଟି, ବଅଁରପାଳ, ଆଠମଲ୍ଲିକର ବଜ୍ରକୋଟ, ବଇଣ୍ଡା ଓ ଘୋଷରରେ ଥିବା ଦେଶୀ ମଦ ଭାଟିର ଲାଇସେନ୍ସ ରଦ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri