ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍‌ ହେବ ‘ବିକ୍ରମ ଭେଧା’

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ୨୦୧୭ରେ ରିଲିଜ୍‌ ହୋଇଥିବା ଏକ ତାମିଲ ଫିଲ୍ମର ରିମେକ୍‌ ଅଟେ। ହେଲେ ବଲିଉଡ ରିମେକ୍‌ରେ ‘ବିକ୍ରମ ଭେଧା’ ଆଶାନୁଯାୟୀ ଭଲ ଆୟ କରିପାରିଲା ନାହିଁ। ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ଖୁବ୍‌ଶୀଘ୍ର ‘ବିକ୍ରମ ଭେଧା’ ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି।
ଓଟିଟି ଷ୍ଟ୍ରିମ ଅପଡେଟ୍ସ ଟୁଇଟ୍‌ରରେ ଫିଲ୍ମର ଏକ ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛନ୍ତି। କୁହାଯାଇଛି ‘ବିକ୍ରମ ଭେଧା’ ଖୁବ୍‌ଶୀଘ୍ର କେବଳ ଭୋଟ ସିଲେକ୍ଟ ଏବଂ ଜିଓ ସିନେମାରେ ପ୍ରସାରିତ ହେବ। ହେଲେ କେବେ ରିଲିଜ୍‌ ହେବ ସେନେଇ ତାରିଖ ଘୋଷଣା ହୋଇନାହିଁ। ଏହି ଫିଲ୍ମରେ ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲୀଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

Share