ଫିଲ୍ମ ଫ୍ଲପ ହେଲେ ନିଜର ୬ ନମ୍ବର ଆଙ୍ଗୁଠି କାଟିଦେବେ ହ୍ରିତିକ!

ମୁମ୍ବାଇ: ନିଜକୁ କ୍ରିଟିକ ବୋଲି ପରିଚୟ ଦେଉଥିବା (କେଆରକେ) ଅଧିକାଂଶ ସମୟରେ ତାଙ୍କର ବିବାଦୀୟ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ । କେଆରକେ ସବୁ ସମୟରେ ଫିଲ୍ମକୁ ନେଇ ତାଙ୍କର ବିଚାର ଲୋକଙ୍କ ସହ ଶେୟାର କରିଥାଆନ୍ତି । ଏବେ ସେ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମକୁ ଟାର୍ଗେଟ କରିଛନ୍ତି । ଏହାସହ ସେ ହ୍ରିତିକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । କେଆରକେ ଟୁଇଟ କରି କହିଛନ୍ତି, ମୁଁ ହ୍ରିତିକ ରୋଶନଙ୍କୁ ଚ୍ୟାଲେଞ୍ଜ ଦେଇଛି । ଯଦି ତାଙ୍କ ଫିଲ୍ମ ‘ବିକ୍ରମ ବେଧା’ ହିଟ ହେଲା ତେବେ ମୁଁ ଫିଲ୍ମରେ ସମୀକ୍ଷା କରିବା ବନ୍ଦ କରିଦେବି, ଯଦି ଫିଲ୍ମ ଫ୍ଲପ ହେଲା ତେବେ ସେ ତାଙ୍କର ୬ ନମ୍ବର ଆଙ୍ଗୁଠି କାଟିଦେବେ ।
ଏହାସହ ଆଉ ଏକ ଟୁଇଟରେ କେଆରକେ ଫିଲ୍ମର ଟିଜରର ରିଭ୍ୟୁ କରିଛନ୍ତି । ଏହି ଭିଡିଓରେ ସେ ହ୍ରିତିକ ଓ କଙ୍ଗନାଙ୍କୁ ନେଇ କଥା ହୋଇଛନ୍ତି । କିଛିଦିନ ତଳେ କେଆରକେ ଦାବି କରିଥିଲେ ଯେ ହ୍ରିତିକ ତାଙ୍କୁ ଘରକୁ ଡାକି ଲ୍ୟାପଟପରେ କଙ୍ଗନା ଓ ତାଙ୍କର ଭଲ ଭଲ ଫଟୋ ଦେଖାଇଥିଲେ । ଏହାସହ କେଆରକେ କହିଥିଲେ ବିକ୍ରମ ବେଧାର ଟିଜର ରିଲିଜ ହୋଇଯାଇଛି । ଏଥିରେ ଥିବା ଏକ ସିନରେ ହ୍ରିତିକ ଓ ଶୈଫ ଅଲି ଖାଁ ସାମ୍ନା ସାମ୍ନି ବସିଛନ୍ତି ।
ସୂଚନାଯୋଗ୍ୟ, ଶୈଫ ଅଲି ଖାଁ ଓ ହ୍ରିତିକ ରୋଶନଙ୍କ ଅଭିନୀତ ଏହି ଫିଲ୍ମ ସେପ୍ଟେମ୍ବର ୩୦ରେ ରିଲିଜ୍ ହେବାର ଯୋଜନା ରହିଛି । ଏହା ଏକ ତାମିଲ ଫିଲ୍ମର ରିମେକ ।

Share