ଲୁଚା ଛପା ପରେ ଏବେ ରୀତିନୀତିରେ ବିବାହ

ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ଦୁହେଁ ପାରମ୍ପରିକ ରୀତିନୀତିରେ ଆଜି ବିବାହ କରିଛନ୍ତି।
ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତିି। ଛଅ ବର୍ଷ ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ। ଖବର ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ଫେବୃଆରୀ ୧୪ରେ କୋର୍ଟରେ ବିବାହ ହୋଇଥିଲା। ବର୍ତ୍ତମାନ ସେମାନେ ସମସ୍ତ ରୀତିନୀତି ଏବଂ ପରମ୍ପରା ସହିତ ବିବାହ କରିଛନ୍ତି।
ତେବେ ଆଜି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ସମାରୋହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ସମାରୋହରେ ବିକ୍ରାନ୍ତଙ୍କୁ ଏକ ଧଳା କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା । ଶୀତଲ ଏକ ସୁନ୍ଦର ହଳଦିଆ ଲେହେଙ୍ଗା ପିନ୍ଧିଥିଲେ ।

Share