ନାହିଁ ନାହିଁର ଗାଁ ଭଣ୍ଡାରିଗଡ଼ିଆ

କୋରେଇ,୮ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ୧୪ ନଂ. ୱାର୍ଡର ଭଣ୍ଡାରୀଗଡ଼ିଆ ଗାଁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିଲେ ହେଁ ଗାଁର ବିକାଶ ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ଏହି ଗାଁକୁ ଏ ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ। ଧାନ ବିଲ ହିଡ଼ ଉପରେ ଗ୍ରାମବାସୀ ଯାଆଆସ କରୁଛନ୍ତି। ଦୋଳାରେ ରୋଗୀଙ୍କୁ ହସ୍ପିଟାଲ ନିଆଯାଉଛି। ସର୍ବନିମ୍ନ ମୌଳିକ ସୁବିଧା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଅଦି ପାଇବାରୁ ଗ୍ରାମବାସୀ ବଞ୍ଚତ୍ତ ହେଉଛନ୍ତି। ଗାଁରେ ପାନୀୟ ଜଳ ପାଇଁ ଗୋଟିଏ ମାତ୍ର ନଳକୂପ ଥିଲେ ମଧ୍ୟ ସେଥିରୁ ବାହାରୁ ଥିବା ପାଣି ବ୍ୟବହାର ଅନୁପଯୋଗୀ ହୋଇଛି। ଫଳରେ ଲୋକେ ଏବେ ଖରାଦିନରେ ପାଣି ପାଇଁ ନାହିଁ ଦୁର୍ଦ୍ଦଶା ଭୋଗୁଛନ୍ତି। ପଡ଼ୋଶୀ ଗାଁରୁ ପାଣି ଆଣି ଲୋକେ ବ୍ୟବହାର କରୁଛନ୍ତି। ଏ ନେଇ କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କ ପଚାରିବାରେ ପାଣି ପାଇଁ ଦରଖାସ୍ତ ଲେଖିକି ଦିଅନ୍ତୁ। ଏଥିରୁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଗାଁରେ ଜଳଜଳ ହୋଇ ଦିଶୁଛି।

Share