Categories: କନ୍ଧମାଳ

ଗାଁ ସଫା କଲେ ବିଡିଓ

ଦାରିଙ୍ଗବାଡ଼ି,୭ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗ୍ରାମରେ ଶୁକ୍ରବାର ଗାଁକୁ ସଫେଇ କରାଯାଇଛି। ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର। ଉକ୍ତ ଗ୍ରାମର ବଜାରଠାରୁ ସାହୁ ନଗର, ବିଦ୍ୟାଳୟ ପରିସର, ଶିବମନ୍ଦିର ରୋଡ୍‌, ଜଗନ୍ନାଥ ମନ୍ଦିର ରୋଡ୍‌, ଜାତୀୟ ରାଜପଥ ଉପରେ ରହିଥିବା କୁଢ଼ କୁଢ଼ ଅଳିଆକୁ ସଫା କରାଯାଇଥିଲା। ଗ୍ରାମର ଜୁଡ଼ାବାଡି ସମେତ ଦଡିବାଡ଼ି, ଲାଦାମାଲା ଗ୍ରାମର ଶତାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସିମନବାଡ଼ିଠାରେ ପ୍ରଥମଥର ପାଇଁ ପାରମ୍ପରିକ ପଞ୍ଚୁ ଦଣ୍ଡ ଅନୁଷ୍ଠିତ ହେଉଛି। ଅଞ୍ଚଳରେ ଏଥିପାଇଁ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ଦର୍ଶକଙ୍କ ସମାଗମ ହେବାର ରହିଛି। ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନର ସହଯୋଗରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି।