Categories: ଫୁରସତ

ବଦନାମ ପାଇଁ ବଦଳାଯିବ ଏହି ଗାଁର ନାଁ

ଯଦି ଆପଣଙ୍କ ଗାଁ କିମ୍ବା ସହରର ନାଁ କୌଣସି ଆପତ୍ତିଜନକ ଶବ୍ଦରେ ହୋଇଥିବ ତେବେ ଏହାର ନାଁ କହିବାକୁ ନିଶ୍ଚିତ ଲାଜ ଲାଗିବ। ଅଷ୍ଟ୍ରିଆରେ ଏମିତି ଏକ ଗାଁ ଅଛି। ଯାହାର ନାଁ ନେବାକୁ ଲୋକେ ଉଚିତ୍‌ ମନେ କରନ୍ତି ନାହିଁ। ଏହି ଗାଁର ନାଁ ଫକିଂ(F***ing)। ଏବେ ଏହି ଗାଁର ଟାଉନ କାଉନସିଲ୍‌ ନାମ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛି। କିଛି ଦିନ ପରେ ଏହା ଫଗିଙ୍ଗ୍‌ ନାମରେ ପରିଚିତ ହେବ।

ମେୟର ଆନ୍ଦ୍ରିୟା ହୋଲ୍‌ଜନର କହିଛନ୍ତି, ୟୁରୋପୀୟ ଏବଂ ଅନ୍ୟ ଦେଶର ପର୍ଯ୍ୟଟକଙ୍କୁ ଯେବେ ଏହି ଗାଁର ନାଁ ଜଣାପଡ଼ିଲା ସେତେବେଳେ ଗାଁର ସୂଚନାବୋର୍ଡ ନିକଟକୁ ଆସି ସେମାନେ ଫଟୋ ଉଠାଇବାରେ ଲାଗିଲେ। ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଲା। ଫଳରେ ଗାଁ ବଦ୍‌ନାମ ହେଲା। ତେଣୁ ଏହାର ନାଁ ବଦଳାଯାଇ ଫଗିଙ୍ଗ୍‌ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୧ ଜାନୁୟାରୀ ୨୦୨୧ରୁ ଅଷ୍ଟ୍ରିଆରେ ଫକିଂରୁ ଫଗିଙ୍ଗ୍‌ ହେବ।

ପ୍ରାରମ୍ଭରେ ଏହାର ନାମ ଲାଟିନ୍‌ ଭାଷାରେ ରଖାଯାଇଥିଲା। ପରେ ଏହାକୁ ଆଡେଲପର୍ଟସ ଡେ ଫସିଜିନ୍‌ କୁହାଯାଉଥିଲା। ଧୀରେ ଧୀରେ ଲୋକମାନେ ନାମ ପରିବର୍ତ୍ତନ କରିବା ଆରମ୍ଭ କଲେ। ୧୫୩୨ ମସିହାରେ ଏହାର ନାମ ଫକିଂ ରଖାଯାଇଥିଲା। ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା ଲୋକମାନେ ଏହାକୁ ନକଲି ବୋଲି କହିବା ଆରମ୍ଭ କଲେ। ଅଷ୍ଟ୍ରିଆର ଇତିହାସ ଏବଂ ପୁସ୍ତକ ଅନୁଯାୟୀ ଗାଁ ଫୋକୋ ଦ୍ୱାରା ପ୍ରତିଷ୍ଠିତ ହୋଇଥିବାରୁ ଏହାର ଏମିତି ନାଁ ଥିଲା। ତେବେ ଆସନ୍ତା ନୂଆବର୍ଷରୁ ଏହି ଗାଁର ନାମ ପରିବର୍ତ୍ତନ କରାଯିବ।

Share