ନିମାପଡ଼ା,୨୭ା୮(ଡି.ଏନ୍.ଏ): ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତର ନୂଆପାଟଣା ଗ୍ରାମରେ ବୁଧବାର ଜଣେ ୧୭ବର୍ଷୀୟ ବାଳକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ଅଭିମନ୍ୟୁ ପଣ୍ଡା ନୂଆପାଟଣା ଗ୍ରାମକୁ ବୁଧବାରଠାରୁ ୩ଦିନ ଶଟ୍ଡାଉନ ଘୋଷଣା କରିଛନ୍ତି। ଗ୍ରାମର ସମସ୍ତ ପ୍ରବେଶପଥକୁ ସିଲ କରିଦିଆଯାଇଛି। ଏ ସମ୍ପର୍କରେ ଡେଙ୍ଗୁରା ବାଡ଼ାଯାଇ ଗ୍ରାମବାସୀ ଓ ଆଖପାଖ ଗ୍ରାମଲୋକଙ୍କୁ ଅବଗତ କରାଯାଇଥିବା ସରପଞ୍ଚ କହିଛନ୍ତି। ଏବେ ବ୍ଲକ ଓ ଏନ୍ଏସି ଅଞ୍ଚଳରେ କରୋନା ଆକ୍ରାନ୍ତ ସଂଖ୍ୟା ୨୨୦ରେ ପହଞ୍ଚତ୍ଥିବା ବିଡିଓ ମନୋଜ କୁମାର ବେହେରା କହିଛନ୍ତି।