ଗଞ୍ଜାମ,୨୧ା୭(ଡି.ଏନ.ଏ.)- ସାମାନ୍ୟ ମାଛ କିଣାବିକାକୁ ନେଇ ଜଣେ ବୃଦ୍ଧାଙ୍କୁ ଗଁା ଦାଣ୍ଡରେ ମାଡ ମାରିଛନ୍ତି ମା’, ବାପା ଓ ପୁଅ। ଏନେଇ ଗଞ୍ଜାମ ଥାନାରେ ସମ୍ପୃକ୍ତ ବୃଦ୍ଧା ଅଭିଯୋଗ କରିବା ପରେ ପୋଲିସ ନଂ.୮୮/୨୦ରେ ମାମଲା ରୁଜୁକରି ୩ଜଣଙ୍କୁ ଅଟକ ରଖିଛି।
ଗଞ୍ଜାମ ଏନ୍ଏସି ୱାର୍ଡ ନଂ.୭ କୈବର୍ତ୍ତ ସାହିରେ ମଙ୍ଗଳବାର ସକାଳେ ମାଛ ବିକ୍ରି କରୁଥିବା ସମ୍ପୃକ୍ତ ବୃଦ୍ଧାଙ୍କ ସହ ସାହିର ଜନୈକ ବ୍ୟକ୍ତିଙ୍କ କଥା କଟାକଟି ହୋଇଥିଲା। ପରେ ସେ ମାଛ ବିକ୍ରି ସାରି ଫେରୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ପୁଅ ଘର ଆଗରେ ବୃଦ୍ଧାଙ୍କ ରାସ୍ତା ଉପରେ ପକାଇ ମାଡ ମାରିଥିଲେ। ଏନେଇ ବୃଦ୍ଧା ଥାନାରେ ଏତଲା ଦେବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି।