ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା ଅଫିସ,୧ା୯: ଇନ୍‌ଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁ ନିକଟରେ ଗତ ରାତିରେ ଇନ୍‌ଫର୍ମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ମାଓବାଦୀ ହତ୍ୟା କରିଛନ୍ତି। ଗ୍ରାମରକ୍ଷୀ ହେଲେ ସନ୍ତୋଷ ଦଣ୍ଡସେନା। ହତ୍ୟା ପରେ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି। ବାଂଶଧାରା- ଘୁମୁସର- ନାଗାବଳି ଡିଭିଜିନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଛଡ଼ାଯାଇଛି। ଏହି ପୋଷ୍ଟରରେ ଲେଖାଯାଇଛି ଯେ, ଆଗରୁ ସନ୍ତୋଷକୁ ବହୁବାର ତାଗିଦ କରାଯାଇଥିଲା। ତଥାପି ସନ୍ତୋଷ ଇନ୍‌ଫର୍ମର ସାଜିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଲେଖା ହୋଇଛି।

Share