ଗୌଡ଼ତୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ଘଟଣାକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

କେସିଙ୍ଗା,୨୫।୭(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବାନ୍ଧ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୌଡ଼ତୁଲା ଗ୍ରାମର ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣକୁ ବିରୋଧ କରି ଗୁର୍ଜିମୁଣ୍ଡା ଗ୍ରାମ ସମେତ ଲିମଗା ଗ୍ରାମର ମହିଳା ଗୋଷ୍ଠୀ ସହ ଲୋକମାନେ ବିରୋଧ କରି ବାଲି ବୋଝେଇ ହାଇବା ଗାଡିକୁ ଅଟକାଇ ମଙ୍ଗଳବାର ରାସ୍ତା ରୋକ କରିଥିଲେ। ଏହି ବାଲି ଚୋର ଚାଲାଣକୁ ବିରୋଧ କରି ଗ୍ରାମବାସୀ ଜିଲାପାଳ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଠିକା ସଂସ୍ଥା ୧ହଜାର କ୍ୟୁବିକ ମିଟର ବାଲି ଲିଜ ନେଇ ୫ହଜାର କ୍ୟୁବିକ ମିଟର ବାଲି ଉଠେଇବା ଲକ୍ଷରେ ଦିନରାତି ଚୋରା ଚାଲାଣ କରୁଛନ୍ତିି। ଠିକା ସଂସ୍ଥା ରାଜନୈତିକ ବଳ ପ୍ରୟୋଗ କରି ବେଆଇନ ଭାବେ ହଜାର ହଜାର ହାଇବା ଗାଡିରେ ବାଲି ଚୋରା ଚାଲାଣ କରୁଛି। ଉକ୍ତ ଠିକା ସଂସ୍ଥାକୁ ୩୯୮ ଟଙ୍କା କ୍ୟୁବିକ ମିଟର ରେ ୧ ହଜାର କ୍ୟୁବିକ ମିଟର ବାଲି ଉଠାଣ ପାଇଁ ୨ବର୍ଷ ନିମନ୍ତେ ଲିଜ୍‌ରେ ଦିଆଯାଇଛି। ବାଲି ଉଠାଣ ଦିନଠାରୁ ବିଭିନ୍ନ ଜରିଆରେ ଜାଲିଆତି କରି ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୧ଲକ୍ଷ କ୍ୟୁବିକ ମିଟର ବାଲି ଉଠାଇନେଇଥିବା ଅଭିଯୋଗ ହେଉଛି। ଏନେଇ ଜିଲାପାଳ, ଭବାନୀପାଟଣା ଉପ ଜିଲ୍ଲାପାଳ ଓ ତହସିଲଦାଙ୍କୁ ଅନେକ ବ୍ୟକ୍ତି ବିଶେଷ ଓ ସଂଗଠନ ଦ୍ୱାରା ବହୁ ଆଗରୁ ବିନା ଟ୍ରାଞ୍ଜିଟ ପାସରେ ଜାଲିଆତି କରି ଦୈନିକ ଶହ ଶହ ହାଇବା ବାଲି ଚୋରା ଚାଲାଣ ହେଉଥିବାକୁ ନେଇ ଅଭିଯୋଗ ହୋଇଛି।

Share