ବିକାଶ ପ୍ରସଙ୍ଗକୁ କେନ୍ଦ୍ର କରି ଭୋଟ ବର୍ଜନ କଲେ ଗ୍ରାମବାସୀ

ସୀତାପୁର,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ୫୯ଟି ଆସନରୁ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟରମାନେ ଲମ୍ବା ଲାଇନ୍‌ ଠିଆ ହୋଇ ମତଦାନ କରିଛନ୍ତି। କିନ୍ତୁ ବିକାଶକୁ ପ୍ରସଙ୍ଗ କରି ସୀତାପୁର ଜିଲାର ରାମକୋଟ ଥାନା ଅଞ୍ଚଳର ବନ୍ଦିଆର ଗ୍ରାମବାସୀମାନେ ଭୋଟ ବର୍ଜନ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଜି ପର୍ଯ୍ୟନ୍ତ ଗାଁରେ କୌଣସି ବିକାଶ କାର୍ଯ୍ୟ ହୋଇ ନ ଥିବା ବେଳେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଭୋଟ ସମୟରେ ନେତା ଓ ମନ୍ତ୍ରୀ ମାଳ ମାଳ ଯୋଜନାର ପ୍ରତିଶୃତି ଦେଉଥିବା ବେଳେ ପରେ କିନ୍ତୁ କାର୍ଯ୍ୟ ଫଳଶୂନ। ଯାହାଫଳରେ ମହୋଲି ବିଧାନସଭାର ବୁଥ୍‌ ନମ୍ବର ୧୪୫ ଓ ୨୮୯ରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ।

Share