କିରୋସିନ ଚୋରା ଚାଲାଣ ବେଳେ ଗୋଡେଇ ଧରିଲେ ଗ୍ରାମବାସୀ

ଦିଗପହଣ୍ଡି,୨ା୭(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରୁ ବୁଧବାର ଟ୍ରାକ୍ଟର ଯୋଗେ ୨ ବ୍ୟାରେଲ ପିଡିଏସ୍‌ କିରୋସିନ ଚୋରାଚାଲାଣ ବେଳେ ଗ୍ରାମବାସୀ ପିଛା କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ବ୍ୟାରେଲ ଫୋପାଡି ଫେରାର ହୋଇଯାଇଛନ୍ତି। ଦିଗପହଣ୍ଡି ଯୋଗାଣ ନିରୀକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ ଏବଂ ସାନଖେମୁଣ୍ଡି ଯୋଗାଣ ନିରୀକ୍ଷକ ବିଶ୍ୱଜିତ୍‌ ସେଠୀ ବ୍ରାହ୍ମଣପଙ୍କ ଗ୍ରାମରେ ପହଞ୍ଚତ୍ କିରୋସିନ ବ୍ୟାରେଲ ୨ ଟିକୁ ଜବତ କରିଛନ୍ତି। ସେଥିରେ ୩୬୦ ଲିଟର କିରୋସିନ ଥିବା ଜଣାପଡିଛି। ସାନଖେମୁଣ୍ଡି ଯୋଗାଣ ନିରୀକ୍ଷକଙ୍କ ଏତଲା କ୍ରମେ ଅତ୍ୟାବଶ୍ୟକ ସାମଗ୍ରୀ ଚୋରା ଚାଲାଣ ନିରୋଧ ଆଇନ ଧାରା ୭ ଅନୁଯାୟୀ ଯୋଗାଣ ସହାୟିକାଙ୍କ ନାମରେ ଗଞ୍ଜାମ ଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି।

 

((((((ଫଟୋ—————-୩

Share